Latest Odisha News

BREAKING NEWS

ଭୁଶୁଡିଲା ନିର୍ମାଣଧୀନ ପାଚେରି, ଶିଶୁ ସମେତ ୯ ମୃତ

ହାଇଦ୍ରାବାଦ: ପାଚେରି ଭୁଶୁଡି ୯ ଜଣଙ୍କ ମୃତ୍ୟୁ । ତେଲେଙ୍ଗାନା ହାଇଦ୍ରାବାଦ ବାନ୍ଦଲାଗୁଡା ଅଂଚଳରେ ଘଟିଛି ଏଭଳି ଅଘଟଣ । ପ୍ରବଳ ବର୍ଷା ଯୋଗୁଁ ଏକ ନିର୍ମାଣଧୀନ ପାଚେରି ଭୁଶୁଡି ପଡିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ୯ ମୃତକଙ୍କ ମଧ୍ୟରେ ଜଣେ ଦୁଇ ମାସର ଶିଶୁ ମଧ୍ୟ ରହିଛି । ଏଥିସହ ଏହି ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି ।

ସମସ୍ତ ମୃତଦେହ ଭଗ୍ନାବଶେଷ ତଳେ ଫଶି ରହିଛି । ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସେପଟେ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଅୱେସି ଘଟଣାସ୍ଥଳରେ ପହଂଚି ସ୍ଥିତି ନୀରିକ୍ଷଣ କରିଛନ୍ତି ।

Leave A Reply

Your email address will not be published.