Latest Odisha News

BREAKING NEWS

ବନ୍ଦ ଘରେ ନାବାଳିକାଙ୍କୁ ୨୨ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ

କଟକ: ପୁଣି ଲଜ୍ଜା । ବନ୍ଦ କୋଠରୀରେ ରଖି ଜଣେ ନାବାଳିକାକୁ ୨୨ ଦିନ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ । କଟକ ସହରର ଗତିରାଉତ ପାଟଣାରୁ ଏହି ଅଭିଯୋଗ ଆସିଛି । ଚାଇଲ୍ଡ ଲାଇନ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି । ତନାଘନା ତଦନ୍ତ ଚଳାଇଛି ପୋଲିସ । ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି ।

ଅଭିଯୋଗ ଅନୁସାରେ, ନାବାଳିକାଙ୍କୁ ଗୋଟିଏ କୁକୁଡ଼ା ଫାର୍ମର ଏକ କୋଠରୀରେ ବନ୍ଦ କରି ଗଣଦୁଷ୍କର୍ମ କରାଯାଉଥିଲା । ପୀଡ଼ିତା କଟକରେ ନିଜ ଭଉଣୀ ଭିଣୋଇଙ୍କ ପାଖରେ ରହୁଥିଲେ। ପାଖାପାଖି ୨୩ ଦିନ ତଳେ ନିଜ ଘରକୁ ଯିବା ପାଇଁ ସେ ଓଏମ୍‌ପି ଛକରେ ଠିଆ ହୋଇଥିଲେ ।
FIR registered over rape allegation on Chauliaganj PS
ଏତିକିବେଳେ ଲିଫ୍ଟ ଦେଵା ଵାହାନାରେ ଜଣେ ଯୁଵକ ତାଙ୍କୁ ଵାଇକରେ ଗତିରାଉତପାଟଣାରେ ଥିବା ଏକ କୁକୁଡ଼ା ଫର୍ମକୁ ନେଇଯାଇଥିଲା । ସେଠାରେ ୨୨ଦିନ କାଳ ଝିଅଟିକୁ ଵନ୍ଦ କୋଠରୀ ଭିତରେ ରଖି ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ପୀଡ଼ିତା କୌଶଳ କ୍ରମେ ସେଠାରୁ ଖସି ଆସିଥିଲେ । ଗତିରାଉତପାଟଣା ଛକ ନିକଟରେ ଵସିଥିଲେ । ୧୦ ତାରିଖ ରାତିରେ ଚାଉଳିଆଗଞ୍ଜ ପୋଲିସ ତାଙ୍କୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଥିଲା ।

 

Leave A Reply

Your email address will not be published.