Latest Odisha News

[ଭିଡ଼ିଓ] ମଶା ବଂଶ ବୃଦ୍ଧି ନେଇ ବଢୁଛି ଚିନ୍ତା,ଡେଙ୍ଗୁ ପାଇଁ ଆତଙ୍କିତ ସହରବାସୀ

କଟକ: ପୁତିଗନ୍ଧମୟ ପରିବେଶରେ ମଶାଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ସଂଜ ହୋଇଗଲେ ଘରେ କି ବାହାରେ ରହିବା ମୁସ୍କିଲ ହୋଇପଡ଼ୁଛି । ନାଳନଦ୍ଦର୍ମା ପରିଷ୍କାର ହେଉନଥିବା ବେଳେ ରାସ୍ତାଘାଟ ବି ଆବର୍ଜନାମୟ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସହରରେ । ଡେଙ୍ଗୁ ଆତଙ୍କ ବଢିଚାଲିଥିବା ବେଳେ ସହର ଭିତରେ କୌଣସି ପଦକ୍ଷେପ ନିଆଯାଉନି ମଶାତେଲ ହେଉ କି ମଶା ଧୂଆଁ ବି ଦିଆଯାଉନି ।

ଖାଲି ସେତିକି ନୁହେଁ ରାସ୍ତା କଡରେ ଥିବା ଅନାବନା ଗଛବୁଦା ବି ସଫା କରାଯାଉନି । ସବୁୂକାମ ଅଧାପନ୍ତରିଆ ହୋଇପଡ଼ିଛି । ଏନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି ।

ମଶା ବଂଶବୃଦ୍ଧି ହେଉଥିବା ଖୋଦ୍ ସିଏମସି ସ୍ୱୀକାର କରିଛି । ସେପଟେ ମଶା ବଂଶ ବୃଦ୍ଧି ପାଇଥିଲେ ବି ନିପାତ ପାଇଁ ମଶା ଧୂଆଁ ଆଦି ଦିଆଯାଇ ସମସ୍ତ ପଦକ୍ଷେପ ନିଆଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ।

ଦିନକୁ ଦିନ ଡେଙ୍ଗୁ ଓ ମ୍ୟାଲେରିଆ ବଢିଚାଲିଥିବା ବେଳେ ସିଏମସି ପଦକ୍ଷେପ ଯାହା ଭେଳିକି ବୋଲି ଲୋକଙ୍କ ଅଭିଯୋଗ । ..

Leave A Reply

Your email address will not be published.