ଭୁବନେଶ୍ୱର: ରାଜଧାନୀରେ ଛେଚୁଛି ବର୍ଷା; ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ। ୪୫ ମିନିଟ୍ ହେଲା ଜୋରଦାର ବର୍ଷା। ରାସ୍ତାରେ ଲହଡ଼ି ମାରୁଛି ବର୍ଷା ପାଣି। ଯିଏ ଯେଉଁଠି ସେଇଠି, ଯାତାୟାତ ଠପ୍। ହଠାତ ଭୁବନେଶ୍ୱରରେ ମାଡି ଆସିଲା ବର୍ଷା । ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି । ବୁଧବାର ଅପରାହ୍ନରେ ଭୁବନେଶ୍ୱର ସହର ସମେତ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଝଡ଼ ପବନ ଲାଗି ରହିଛି।

ଏନେଇ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। ଅପରାହ୍ନ ୧.୨୬ ରେ ଜାରି ହୋଇଥିବା ଏକ ବାର୍ତ୍ତାରେ, IMD କଟକ-ଭୁବନେଶ୍ୱର ସହର ସମେତ ଖୋର୍ଦ୍ଧା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।
ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଜିଲ୍ଲାର କିଛି ସ୍ଥାନରେ ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା, ମଧ୍ୟମରୁ ପ୍ରବଳ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି।
Comments are closed.