Latest Odisha News

BREAKING NEWS

ଜାଣନ୍ତୁ, ଆଜି ସନ୍ଧ୍ୟାରେ କେଉଁ ୧୭ଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସତର୍କ ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ଓଡ଼ିଶାର ୧୭ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସାମାନ୍ୟ ପବନ ଏବଂ ବଜ୍ରପାତ ସହିତ ଯେଉଁସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ସେହି ଜିଲ୍ଲାଗୁଡ଼ିକ ହେଲା – ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା । ସେହିପରି ଭାବେ ସାମାନ୍ୟ ପବନ ସହିତ ଯେଉଁ ସବୁ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ସେହିସବୁ ଜିଲ୍ଲାଗୁଡ଼ିକ ହେଲା – ଅନୁଗୁଳ, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲା ।

ଆଇଏମଡ଼ି ପକ୍ଷରୁ ସୂଚନା ଦିଆଯାଇଛି ଯେ, ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏହି ବୃଷ୍ଟିପାତ ଅନୁଭୁତ ହେବାର ସମ୍ଭାବନା ରହିଛି ।

ଯେଉଁସବୁ ଜିଲ୍ଲାଗୁଡ଼ିକରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ସେହି ଜିଲ୍ଲାଗୁଡ଼ିକ ହେଲା – କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଏବଂ କେନ୍ଦୁଝର ଜିଲ୍ଲା ।

Leave A Reply

Your email address will not be published.