ଭୁବନେଶ୍ୱର: ଓଡିଶାର ୧୧ଟି ଜିଲ୍ଲାରେ ଘଣ୍ଟାପ୍ରତି ୩୦-୪୦ କିମି. ବେଗରେ ପବନ ବହିବା ସହ ବର୍ଷା ହୋଇଥିବା ନେଇ ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଜୟପୁର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲାରେ ଥଣ୍ଡା ଜାରି ରହିବ ।
ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି, “ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଳା ଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି” ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ ଓ କେନ୍ଦୁଝର ଭଳି ୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାନେଇ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାବ୍ୟତିତ ଜଗତସିଂହପୁର, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡିରେ ୧୬ ମିମି. ବର୍ଷା ରେକର୍ଡ କରାଯାଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାୟଗଡା, ବଲାଙ୍ଗୀର, କୋରାପୁଯ ଓ କାଳହାଣ୍ଡିରେ ଘନ କୁହୁଡି ଜାରି ରହିବ ।
ଆସନ୍ତା ଫେବୃଆରୀ ୧୦ ତାରିଖ ବେଳକୁ ରାତିର ତାପମାତ୍ରା ପାଖାପାଖି ୩ ଡିଗ୍ରି ଯାଏଁ ହ୍ରାସ ପାଇବର ସମ୍ଭାବନା ରହିଛି ।