Latest Odisha News

BREAKING NEWS

ରୋଜ ଡେ’ରୁ ଆରମ୍ଭ ହେଲା ପ୍ରେମ ସପ୍ତାହ: କେଉଁ ରଙ୍ଗ ଗୋଲାପର କ’ଣ ରହିଛି ମହତ୍ତ୍ୱ,ଜାଣନ୍ତୁ…

ଭୁବନେଶ୍ୱର:ପ୍ରେମର ପ୍ରତୀକ ଗୋଲାପ। ପେବୃଆରୀ ୭ ରୋଜ ଡେ’ ଠାରୁ ଆରମ୍ଭ ହୁଏ ପ୍ରେମର ପର୍ବ ଭାଲେଣ୍ଟାଇନ ସପ୍ତାହ ।

ଫେବୃଆରୀ ମାସ ୧୪ ତାରିଖ ପୂର୍ବରୁ ଗୋଟେ ସପ୍ତାହ ଭାଲେଣ୍ଟାଇନ ୱିକ୍‌ ପାଳନ କରାଯାଏ। ଏହି ୭ଦିନର ପ୍ରତ୍ୟେକ ଦିନ ଅଲଗା ଅଲଗା ଡେ ଭାବେ ସେଲିବ୍ରେଟ କରାଯାଏ। ପ୍ରଥମେ ୭ ଫେବୃଆରୀକୁ ରୋଜ ଡେ ଭାବେ ପାଳନ କରାଯାଏ ।

ପ୍ରେମୀ ମାନଙ୍କ ପାଇଁ କେଉଁ ଗୋଲାପର କଣ ରହିଛି ମହତ୍ତ୍ୱ, ଜାଣନ୍ତୁ…

ରୋଜ ଡେରେ ଗୋଲାପ ଫୁଲ ଦେଇ ପ୍ରେମ ନିବେଦନ କରାଯାଏ। କିଛି ନ କହି ମଧ୍ୟ ଗୋଲାପ ଫୁଲ ମାଧ୍ୟମରେ ନିଜ ପ୍ରେମର ଭାବନାକୁ ସାମ୍ନା ବ୍ୟକ୍ତିକୁ ଜଣାଇ ହୁଏ। କିନ୍ତୁ ଗୋଲାପ ଫୁଲ ଦେବା ପୂର୍ବରୁ ଭିନ୍ନ ରଂଗର ଗୋଲାପ ବିଷୟରେ ଜାଣିବା ଉଚିତ୍‌।

ଲାଲ ରଂଗର ଗୋଲାପ (ରେଡ୍‌ ରୋଜ୍‌):

ଗୋଲାପ ଫୁଲ ମଧ୍ୟରୁ ଲାଲ ରଂଗ ଗୋଲାପ ସବୁଠୁ ଅଧିକ ଉପଲବ୍ଧ ହୋଇଥାଏ। ଲାଲ ଗୋଲାପ ରୋମାନ୍ସ ଏବଂ ଗଭୀର ଭାବନାକୁ ପ୍ରକାଶ କରିଥାଏ। ଏହା ଦ୍ୱାରା ନିଜ ପ୍ରେମ ଭାବନା ପ୍ରକାଶ କରାଯାଏ।

ହଳଦିଆ ରଂଗର ଗୋଲାପ (ୟେଲୋ ରୋଜ୍‌):

ହଳଦିଆ ରଂଗର ଗୋଲାପ ସାଂଗ ସାଥିଙ୍କୁ ଦିଆଯାଏ। ଏହି ରଂଗର ଗୋଲାପ ବନ୍ଧୁତା ପ୍ରକାଶ କରିବା ପାଇଁ ଦିଆଯାଏ। ତେବେ ଏହାର କାରଣ ହେଲା ଯେ ହଳଦିଆ ରଂଗକୁ ଶୁଭ, ତାଜାପଣ ଓ ସଂପର୍କ ଭଲ ହେବା ପାଇଁ ଉତ୍ସାହିତ କରେ ବୋଲି ବିଶ୍ବାସ ରହିଛି। ହଳଦିଆ ରଂଗ ମଧ୍ୟ ଖୁସିର ପ୍ରତୀକ। ମିତ୍ରତାର ସଂପର୍କକୁ ପ୍ରକାଶ କରିବା ପାଇଁ ହଳଦିଆ ଫୁଲ ଦିଆଯାଏ।

ଗୋଲାପି ରଂଗର ଗୋଲାପ (ପିଙ୍କ ରୋଜ୍‌):

ଗୋଲାପି ରଂଗର ଗୋଲାପ ଅନ୍ୟ ପାଇଁ କୃତଜ୍ଞ ଓ ଧନ୍ୟବାଦ ଭାବକୁ ପ୍ରକାଶ କରିଥାଏ। କୌଣସି ସଂପର୍କ ପାଇଁ ଥିବା ଭଲ ପାଇବା ଓ ମମ୍ମାନକୁ ପ୍ରକାଶ କରିବାକୁ ହେଲେ ଧଳା ରଂଗର ଗୋଲାପ ଦିଆଯାଏ।

ଧଳା ରଂଗର ଗୋଲାପ (ହ୍ୱାଇଟ୍‌ ରୋଜ୍‌):

ସାଂଗ ସାଥିଙ୍କ ସହ ଝଗଡା ହେଲେ ଧଳା ଫୁଲ ଦେଇ ସଂପର୍କରେ ହୋଇଥିବା କଳହକୁ ଭୁଲି ନୂଆ ଆରମ୍ଭ କରିବା ପାଇଁ ଧଳା ଫୁଲ ଦିଆଯାଏ। ଧଳା ରଂଗର ଗୋଲାପକୁ ବିନମ୍ରତାର ପ୍ରତୀକ ବୋଲି କୁହାଯାଏ।

Leave A Reply

Your email address will not be published.