Latest Odisha News

BREAKING NEWS

ଆଗାମୀ ୩ ଦିନ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଲୋ-ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସଦ୍ୟତମ ରିପୋର୍ଟ ଅନୁଯାୟୀ ଓଡିଶାର ଉପକୂଳ, ଦକ୍ଷିଣ ଓ ଉତ୍ତର ଭାଗର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଜାରି ରହିଥିବାବେଳେ ଏପରି ପରିସ୍ଥିତି ଆଗାମୀ ୪୮ ଘଣ୍ଟା ଯାଏଁ ଲାଗି ରହିବ ।

ଅପରପକ୍ଷରେ ଟ୍ୱିନସିଟି ସମେତ କୌଣସି ଜିଲ୍ଲାକୁ ବିଭାଗ ପକ୍ଷରୁ ହେଭି ରେନଫଲ୍ ୱାର୍ଣ୍ଣଂ ଆଲର୍ଟ ଦିଆଯାଇନାହିଁ । ଏହାବ୍ୟତୀତ ଆଗାମୀ ୨ ଦିନ ଯାଏଁ ସମୁଦ୍ର ମଧ୍ୟକୁ ଯିବା ଲାଗି ବିଭାଗ ପକ୍ଷରୁ ବାରଣ କରାଯାଇଛି ।

ସେହିପରି ରାଜ୍ୟର ଝାରସୁଗୁଡାରେ ସର୍ବାଧିକ ବର୍ଷା (୩୫.୭) ମିମି. ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର (୨୮), ହୀରାକୁଦ(୨୬.୪), ତାଳଚେର (୧୫), କୋରାପୁଟ (୧୦.୪) ଓ ଦାରିଙ୍ଗବାଡି (୭)ମିମି. ରହିଛି ।

Leave A Reply

Your email address will not be published.