Latest Odisha News

BREAKING NEWS

କାଲିଠୁ ପ୍ରବଳ ବର୍ଷିବ; ସବୁ ବନ୍ଦରକୁ ୧ନଂ ବିପଦ ସଙ୍କେତ ଜାରି

ଭୁବନେଶ୍ବର: ଧୀରେ ଧୀରେ ଘନାଉଛି ସମ୍ଭାବ୍ୟ ବାତ୍ୟା ଦାନା । ଆଜି ସକାଳେ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି ।  ଏବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ପରେ ଏହା ଗଭୀର ଅବପାତର ରୂପ ନେଇ ଆସନ୍ତାକାଲି ବାତ୍ୟାର ରୂପ ନେବ । ଏହି ବାତ୍ୟା ୨୪ ସକାଳ ଆଡକୁ ଭୀଷଣ ରୂପ ନେଇ ଉପକୂଳ ମୁହାଁ ହେବ । ୨୪ ରାତି କିମ୍ବା ୨୫ ସକାଳେ ଏହା ଉପକୂଳ ଛୁଇଁବ ।

ତେବେ ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥନରେ ପ୍ରବଳ ବର୍ଷା ଜାରି ରହିବ । ଏନେଇ ସତର୍କ କରାଇଛନ୍ତି ପାଣିପାଗ ନିର୍ଦ୍ଦେଶିକା ମନରୋମା ମହାନ୍ତି । ବାତ୍ୟା ପ୍ରଭାବରେ ଆସନ୍ତାକାଲି ସଂଧ୍ୟାପରଠାରୁ ପାଗ ପରିବର୍ତ୍ତନ ହେବ । ଏନେଇ ୭ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଭଦ୍ରକ, ବାଲେଶ୍ବର, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସବୁ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରକୁ ବିପଦ ସଙ୍କେତ ଜାରି ହୋଇଛି । ଏଥିସହିତ ଆଜିଠୁ ୨୫ ତାରିଖ ଯାଏଁ ସମୁଦ୍ରକୁ ନ ଯିବାକୁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.