Latest Odisha News

BREAKING NEWS

ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା ଇସ୍କନ ରାସ୍ତା, ଭାସିଲା ଗାଡ଼ି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପ୍ରବଳ ବର୍ଷା। ପ୍ରବଳ ବର୍ଷାରେ ଇସ୍କନ ନିକଟରେ ଭାସିଲା ଗାଡ଼ି। ରାସ୍ତା କଡ଼ରେ ରଖାଯାଇଥିବା ଅନେକ ଗାଡ଼ି ବୁଡ଼ିଲା।

ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା ଉପରେ ଲହଡି ଭାଙ୍ଗିଲା ପାଣି । ସବୁଥର ଭଳି ଏଥର ମଧ୍ୟ ଅସରାଏ ବର୍ଷାରେ ବୁଡିଛି ଇସ୍କନ ମନ୍ଦିର ସମ୍ମୁଖ ରାସ୍ତା । ମୁଖ୍ୟ ରାସ୍ତା ଉପରେ ପୁଣି ଭାସିଛି ଗାଡିମୋଟର । ଆଜି ରଥଯାତ୍ରା ଥିବାରୁ ଭକ୍ତ ଇସ୍କନ ମନ୍ଦିରରେ ଭକ୍ତମାନଙ୍କ ଗହଳି ଦେଖିବାକୁ ମିଲିଛି । ଭକ୍ତମାନେ ରାସ୍ତାକଡ଼ରେ ଗାଡ଼ି ରଖି ମନ୍ଦିରକୁ ଯାଇଥିବା ବେଳେ ବର୍ଷା ହୋଇଥିଲା । ଫଳରେ ପାଣି ଜମିଯିବାରୁ ଗାଡ଼ିଗୁଡ଼ିକ ବୁଡ଼ି ଯାଇଥିଲା ।

ଇସ୍କନ ମନ୍ଦିର ସମ୍ମୁଖରେ ଏଭଳି ସ୍ଥିତି ନୂଆ ନୁହଁ । ଯେତେବେଳେ ବି ବର୍ଷା ହୋଇଛି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ଏଠାରେ । ଜାତୀୟ ସ୍ତରରେ ନିନ୍ଦିତ ହେବା ପରେ ଜଳ ନିଷ୍କାସନ ନେଇ ଜୋରସୋରରେ କାମ ଆରମ୍ଭ ହୋଇଛି । ହେଲେ, ସ୍ଥିତି ବଦଳିନି ।

Comments are closed.