Latest Odisha News

BREAKING NEWS

ଲଗାଣ ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି: ସାରାରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ବିଶେଷ କରି ମାଲକାନଗିରି ଜିଲ୍ଲାରେ ଗତ ପାଞ୍ଚ ଦିନ ଧରି ଜାରି ରହିଛି ବର୍ଷ। ଚାରିଦିଗ ଜଳମୟ । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସାଙ୍ଗକୁ କିଛି ପୋଲ ଉପରେ ୪ରୁ ୫  ଫୁଟର ପାଣି ପ୍ରବାହିତ ହେଉଥିବାର ଦେଖିବାକୁ ମିଳିଛି ।

ମାଲକାନଗିରି ଜିଲ୍ଲାର କନ୍ୟାଆଶ୍ରମ, କାଙ୍କୁରୁକୋଣ୍ଡା ପୋଟେରୁ, ଏମ.ଭି.96 ଓ ତାର୍ଲାକୋଟା ଆଦି ପୋଲ ଉପରେ ୪ରୁ ୫ ଫୁଟ ଉପରେ ପାଣି ପ୍ରବାହିତ ହେଉଛି ।

ଏହା ଯୋଗୁ ମାଲକାନଗିରି ଠାରୁ ମୋଟୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି ।

ଅନ୍ୟପଟେ ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଥିବାର ଦେଖିବାକୁ ମିଳିଛି । ଗତକାଲି ଏଠାରେ ଏକ ମିନି ଟ୍ରକ୍ ମଧ୍ୟ ଭାସି ଯିବାର ଭିଡ଼ିଓ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.