Latest Odisha News

BREAKING NEWS

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ; ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖୁଣ୍ଟାପଡ଼ା ଗାଁ ଜଙ୍ଗଲରେ ଘଟିଛି ଏକ ଦୁର୍ଘଟଣା। ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ସୂଚନା।

ଘଟଣାସ୍ଥଳରେ ହିଁ ଜଣଙ୍କର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ମୃତକଙ୍କ ନାମ ରବି ବୋଲି ଜଣାପଡିଛି । ଉଭୟ ଝୁମ୍ପୁରା ବ୍ଲକ ଉଖୁଣ୍ଡା ପଞ୍ଚାୟତ କାଶିପୁର ଗାଁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, କାଶୀପୁର ଉଭୟ ବାଇକ ଯୋଗେ ଆସୁଥିବା ସମୟରେ ହଠାତ୍‌ ଝୁମ୍ପୁରା ଥାନା ଖୁଣ୍ଟପଡ଼ା ଗାଁ ଜଙ୍ଗଲ ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଯାଇଥିଲେ । ତେବେ ଦୁର୍ଘଟଣା ହୋଇଥିବା ଦେଖି ଗାଁ ଲୋକେ ତୁରନ୍ତୁ ୧୦୮ଆମ୍ବୁଲାନ୍ସ କୁ ଯୋଗଯୋଗ କାରିଥିଲେ। ଆମ୍ବୁଲାନ୍ସ ଉଭୟଙ୍କୁ ନିକଟସ୍ଥ ଝୁମ୍ପୁରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲା । କିନ୍ତୁ ଡାକ୍ତର ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଦର୍ଶାଇ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.