Latest Odisha News

BREAKING NEWS

ପାଣିପାଗ ବିଭାଗ ସୂଚନା: ଲଗାଣ ବର୍ଷାରେ ଉପକୂଳ ଓଡ଼ିଶା ଜଳାର୍ଣ୍ଣବ, ଆହୁରି ବର୍ଷିବ

ଭୁବନେଶ୍ୱର : ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛନ୍ତି ।

ତେବେ ବୁଧବାର ସନ୍ଧ୍ୟାରୁ ହୋଇଥିବା ମଧ୍ୟମ ଧରଣର ବୃଷ୍ଟିପାତରେ ସମଗ୍ର ଓଡ଼ିଶା ଏବଂ ବିଶେଷକରି ଉପକୂଳ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ପ୍ରଭାବିତ ହୋଇଛି । ଅଧିକାଂଶ ସ୍ଥାନ ବର୍ଷାରେ ଜଳାର୍ଣ୍ଣବ ହୋଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି, ଓଡ଼ିଶା ଉପକୂଳର ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ରମେ ଘନିଭୂତ ହେବା ଯୋଗୁଁ ଗୁରୁବାର ସନ୍ଧ୍ୟା ସମୟରୁ ଉପକୂଳ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତ ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି ।

ଗୁରୁବାର ସନ୍ଧ୍ୟା ସମୟରୁ ପ୍ରବଳ ବୃଷ୍ଟିପାତ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଏହା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର. ବିଶ୍ୱାଳ କହିଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର. ବିଶ୍ୱାଳଙ୍କ କହିବାନୁଯାୟୀ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବ ।

ଏହି ବୃଷ୍ଟିପାତ ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ଦକ୍ଷିଣ ଓଡ଼ିଶାରେ ୧୭ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ନିର୍ଦ୍ଦେଶକ ଏଚ. ଆର. ବିଶ୍ୱାଳ କହିଛନ୍ତି ।

Leave A Reply

Your email address will not be published.