Latest Odisha News

BREAKING NEWS

ବିଶ୍ୱର ଶ୍ରେଷ୍ଠ ୫୦ ସ୍ମାର୍ଟ ସିଟି: ଭୁବନେଶ୍ୱର ୩୨ ତମ ସ୍ଥାନରେ

ଭୁବନେଶ୍ୱର : ଭାରତର ନଂ ୧ ସ୍ମାର୍ଟ ସିଟି ହେବାର ଗୌରବ ଅର୍ଜନ ପରେ ଏବେ ସମଗ୍ର ବିଶ୍ୱର ଶ୍ରେଷ୍ଠ ୫୦ଟି ସ୍ମାର୍ଟ ସିଟି ମଧ୍ୟରେ ଭୁବନେଶ୍ୱର ୩୨ତମ ସ୍ଥାନରେ ରହିବାର ସଫଳତା ହାସଲ କରିଛି । ସିଙ୍ଗାପୁରର ‘ଇଡ଼େନ ଷ୍ଟ୍ରାଟେଜି ଇନଷ୍ଟିଚ୍ୟୁଟ’ ନାମକ ଏକ ସର୍ଭେ ସଂସ୍ଥା ତାଙ୍କର ସଦ୍ୟତମ ରିପୋର୍ଟରେ ଏହା ଦର୍ଶାଇଛନ୍ତି ।

‘ଇଡ଼େନ ଷ୍ଟ୍ରାଟେଜି ଇନଷ୍ଟିଚ୍ୟୁଟ’ ସିଙ୍ଗାପୁର ର ରିପୋର୍ଟ ଅନୁଯାୟୀ:-
୧- ଓଡ଼ିଶା ରାଜଧାନୀ ଭୁବନେଶ୍ୱର ଗୁଜରାଟର ଅହମ୍ମଦାବାଦ ସହର ସହିତ ୩୨ ତମ ସ୍ଥାନରେ ରହିଛି ।

୨- ଅନ୍ୟ ଭାରତୀୟ ସହର ଗୁଡ଼ିକ ହେଲେ- ନୂଆଦିଲ୍ଲୀ – ୨୩ତମ, ସୁରଟ – ୨୭ତମ, ଜୟପୁର – ୩୪ତମ ଓ ପୁନେ – ୩୦ତମ ସ୍ଥାନରେ ଅଛନ୍ତି ।

୩- ଏହି ର୍ୟାଙ୍କିଂ ଓଏକ୍ସଡ଼ି (ଓଏନଜି ଏଣ୍ଡ ଓଏନଜି ଏକ୍ସପେରିଏନ୍ନ ଡ଼ିଜାଇନ୍ ) ସହିତ ସହଭାଗିତାରେ ରିସର୍ଚ୍ଚ ହୋଇଥିବା ଜଣାପଡ଼ିଛି ।

୪- ସମଗ୍ର ବିଶ୍ୱରେ ଲଣ୍ଡନ ୧ମ ସ୍ଥାନରେ, ସିଙ୍ଗାପୁର ୨ୟ ସ୍ଥାନରେ ଓ ଦକ୍ଷିଣକୋରିଆର ସିଓଲ ୩ୟ ସ୍ଥାନରେ ରହିଛନ୍ତି ।

୫- ସହରର ନଗରପାଳିକାର ନେତୃତ୍ୱରେ ସମସ୍ତ କାର୍ଯ୍ୟ ତଦାରଖ ହେଉଥିବା ବିଧେୟ ।

୬- ୧୦ଟି କାର୍ଯ୍ୟାବଳୀକୁ ଦୃଷ୍ଟିରେ ରଖି ଏହି ବିଶ୍ୱସ୍ତରୀୟ ଚୟନ କରାଯାଇଛି: ସଠିକ ଦୃଷ୍ଟିକୋଣ, ନେତୃତ୍ୱ, ବଜେଟ, ଆର୍ôଥକ ସହାୟତା, କାର୍ଯ୍ୟରେ ସହଯୋଗିତା, ବିଜ୍ଞତା ଓ ଦକ୍ଷତା, ପିପୁଲ ସେଣ୍ଟ୍ରିକ ଆପ୍ରୋଚ, ଇନୋଭେସନ ଇକୋସିଷ୍ଟମ, ଦକ୍ଷ ପଲିସିର ବିନିଯୋଗ ଏବଂ ପୂର୍ବ ଯୋଜନାର କାର୍ଯ୍ୟକାରୀ ଟ୍ରାକ ରେକର୍ଡ଼ ।

୭- ନଗର ଅଧିକାରୀଙ୍କ ସହିତ ସାକ୍ଷାତ ଆଲୋଚନା କରି କାର୍ଯ୍ୟବଳୀର ସଠିକ ତଥ୍ୟ ଉପସ୍ଥାପନାକୁ ଏହି ପଦ୍ଧତିରେ ରଖାଯାଇଛି ।

ପୂର୍ବରୁ ୨୦୧୭ ମସିହା ଜୁନିପର୍ ରିସର୍ଚ୍ଚ ଗ୍ଲୋବାଲ୍ ସ୍ମାର୍ଟ ସିଟି ପ୍ରଦର୍ଶନ ଅନୁସାରେ ମାର୍ଚ୍ଚ ମାସରେ ଭୁବନେଶ୍ୱର ବିଶ୍ୱର ୨୦ଟି ନିରାପଦ ସହର ମଧ୍ୟରେ ୧୩ତମ ସ୍ଥାନରେ ରହିଥିଲା ।

Leave A Reply

Your email address will not be published.