Latest Odisha News

BREAKING NEWS

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ଆକଳନ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ ଅଜୟ କୁମାର ନାୟକ କହିଛନ୍ତି, ପୂର୍ବ ଉତ୍ତରପ୍ରଦେଶରୁ ଓଡିଶା ଦେଇ ଉତ୍ତର ତାମିଲନାଡୁକୁ ଏକ ଟ୍ରଫ୍ ଲାଇନ୍ ଲମ୍ବିଛି । ଯାହାର ପ୍ରଭାବରେ ଦକ୍ଷିଣ-ଆଭ୍ୟନ୍ତରୀଣ ଓଡିଶାର ନବରଙ୍ଗପୁର, ରାୟଗଡା, କଳାହାଣ୍ଡି ଓ ନୂଆପଡା ଆଦି ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହାବ୍ୟତିତ ଏହି ସମୟ ମଧ୍ୟରେ ରାଜ୍ୟର ବଲାଙ୍ଗିର, ସୋନପୁର, ବୌଦ୍ଧ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କଟକ, ଖୋର୍ଦ୍ଧା ଏବଂ ଯାଜପୁର ଆଦି ୯ଟି ଜିଲ୍ଲାରେ ମଧ୍ୟମଧରଣର ବର୍ଷା ସାଙ୍ଗକୁ ଘଡଘଡି ଆଶଙ୍କା ରହିଥିବା ନେଇ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.