Latest Odisha News

ରାଜ୍ୟରେ ପ୍ରବଳ ବୃଷ୍ଟିପାତ: ଖୋଲିଲା ଅଧିକାଂଶ ଜଳଭଣ୍ଡାର ଗେଟ୍

କୋରାପୁଟ/ନବରଙ୍ଗପୁର/ସମ୍ବଲପୁର: ରାଜ୍ୟର ଉପରମୁଣ୍ଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ଶୁକ୍ରବାର ଦିନ ଓଡ଼ିଶାର ଅଧିକାଂଶ ଜଳଭଣ୍ଡାର ଗେଟ୍ ଖୋଲାଯାଇଛି ।

ପ୍ରବଳ ବର୍ଷା ହେବାଫଳରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳଭଣ୍ଡାରର ୩ଟି ଗେଟକୁ ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି । ମାଛକୁଣ୍ଡ ନଦୀ ଉପରେ ତଥା ଲମକାପୁଟଠାରେ ରହିଥିବା ଜଳପୁଟ ଡ୍ୟାମର ଗେଟ୍ ଖୋଲାଯାଇଛି । ଶୁକ୍ରବାର ୯ଟା ସମୟରେ ଯେଉଁ ରେକର୍ଡ଼ କରାଯାଇଛି ସେହି ଅନୁଯାୟୀ, ପ୍ରତି ସେକେଣ୍ଡ ପିଛା ଡ୍ୟାମକୁ ୨୩,୦୦୦ କ୍ୟୁସେଟ୍ ଜଳ ପ୍ରବେଶ କରୁଥିବା ବେଳେ ୧୨,୦୦୦ କ୍ୟୁସେଟ ଜଳ ନିଷ୍କାସିତ ହେଉଛି ।

ବିଭାଗୀୟ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ନଦୀର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ଥିବା ଇନ୍ଦ୍ରାବତୀ ଡ୍ୟାମ ଏବଂ ମୁରାଣ ଡ୍ୟାମର ଗେଟ୍ ଖୋଲିଦିଆଯାଇଛି । ଏହି ଡ୍ୟାମ ଗୁଡ଼ିକରେ ପ୍ରତି ସେକେଣ୍ଡ ପିଛା ୮୨୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୮୨୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ସେହିପରି ସମ୍ବଲପୁର ଜିଲ୍ଲା ମହାନଦୀର ହିରାକୁଦ ଜଳଭଣ୍ଡାରରେ ଶୁକ୍ରବାର ଦିନ ଆହୁରି ୨ଟି ଗେଟ୍ ଖୋଲାଯାଇଛି ।

Comments are closed.