Latest Odisha News

BREAKING NEWS

ବାତ୍ୟା ଅସାନି ପାଇଁ ଆଜି ମାଲକାନଗିରିରେ ସବୁ ସ୍କୁଲ ଛୁଟି

ମାଲକାନଗିରି: ବାତ୍ୟା ଅସାନି ଓଡ଼ିଶା ଆସିବ ନାହିଁ । ଆନ୍ଧ୍ର ଛୁଇଁ ପୁଣି ଥରେ ସମୁଦ୍ର ଭିତରକୁ ଚାଲିଯିବ । ଏହାର ପ୍ରଭାବ କିନ୍ତୁ ଓଡ଼ିଶାରେ ଦେଖିବାକୁ ମିଳିପାରେ । ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ନିକଟରେ ସ୍ଥଳଭାଗ ଛୁଇଁପାରେ । ଫଳରେ ସୀମାନ୍ତ ମାଲକାନଗିରିରେ ୫୦ କି.ମି ବେଗରେ ବହିପାରେ ପବନ । ପ୍ରବଳ ବର୍ଷା ସମ୍ଭାବନା ବି ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦିନେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ବାତ୍ୟା ଜନିତ ବର୍ଷା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । ପ୍ରଭାବିତ ହେଲେ ଲୋକଙ୍କୁ ତୁରନ୍ତ ଉଦ୍ଧାର ଓ ଥଇଥାନ କରିବା ପାଇଁ ବ୍ୟବସ୍ଥା ବି କରାଯାଇଛି ।

Leave A Reply

Your email address will not be published.