Latest Odisha News

ପୁଣି କଳିଙ୍ଗା ଘାଟିରେ ପ୍ରବଳ ବର୍ଷା; ଧୋଇଗଲା ମରାମତି ହେଉଥିବା ରାସ୍ତା

କନ୍ଧମାଳ: ଭୂସ୍ଖଳନ ଯୋଗୁ ଦୀର୍ଘ ୨୫ ଦିନ ହେଲାଣି କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ଗତମାସ ୧୬ ତାରିଖରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଯୋଗୁ ୫୦ ମିଟର ରାସ୍ତା ଭାସିଯାଇ ବିରାଟ ଖାଲ ସୃଷ୍ଟି ହୋଇଥିଲା। ୧୭ ତାରିଖଠାରୁ ଜାତୀୟ ରାଜପଥ ବିଭାଗ ଦ୍ୱାରା ଏକ ବେସରକାରୀ ଠିକାସଂସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରୁଥିଲେ । ଗୁରୁବାରଠାରୁ ଶେଷ ପର୍ଯ୍ୟାୟ କଂକ୍ରିଟ କାମ ଚାଲିଥିବା ବେଳେ ଶନିବାର ପ୍ରବଳ ବର୍ଷା ଯୋଗୁଁ ସେହି ଦିନ ପଡ଼ିଥିବା କଂକ୍ରିଟ ପାହାଡ଼ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିବା ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ।

ଏଥିସହ ଭୂସ୍ଖଳନ ଆଶଙ୍କା କରି କାମ କରୁଥିବା ଶ୍ରମିକ ସ୍ଥାନ ଛାଡ଼ି ଦେଇଥିଲେ । ତେବେ ରବିବାର ସକାଳୁ ଜଣାପଡ଼ିବ କେତେ କ୍ଷୟକ୍ଷତି ହୋଇଛି ।

ସୂଚନାଥାଉକି, ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଥିବାରୁ କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

Comments are closed.