Latest Odisha News

ଚେନ୍ନାଇରେ ପ୍ରବଳ ବର୍ଷା; ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ରବିବାର ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଏହାର ଉପାନ୍ତ ଅଞ୍ଚଳର ଦୁଇଟି ସହରର ଜଳଭଣ୍ଡାର ଖୋଲିବାକୁ ଯାଉଥିବାରୁ କର୍ତ୍ତୃପକ୍ଷ ଲୋକମାନଙ୍କୁ ପ୍ରାଥମିକ ବନ୍ୟା ପରିସ୍ଥିତି ଉପୁଜିବା ନେଇ ସତର୍କ କରାଇଦେଇଛନ୍ତି।

ଚେନ୍ନାଇ ସହରକୁ ପାନୀୟ ଜଳର ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବରେ କାର୍ଯ୍ୟ କରୁଥିବା କେମ୍ବାରାମବାକ୍କମ୍ ଏବଂ ପୁଜାଲ୍ ଜଳଭଣ୍ଡାରଗୁଡ଼ିକ ବର୍ଷା ଜଳକୁ ଛାଡିଦେବା ପାଇଁ ଖୋଲାଯିବ ଯାହା ଦ୍ବାରା ଚାରିଆଡେ ଜଳସ୍ତର ବୃଦ୍ଧି ହୋଇଛି।

ପ୍ରାଥମିକ ବନ୍ୟା ପରିସ୍ଥିତି ସତର୍କ ସୂଚନା ଦେଇ ରାଜ୍ୟ ଜଳ ସମ୍ପଦ କର୍ତ୍ତୃପକ୍ଷ କାଞ୍ଚିପୁରାମ ଏବଂ ତିରୁଭାଲୁରର ଜିଲ୍ଲାରେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରି ନିରାପଦ ସ୍ଥାନରେ ରଖିବାକୁ ପରାମର୍ଶ ଦେଇଛନ୍ତି।

ଚେନ୍ନାଇ, କାଞ୍ଚିପୁରାମ ଏବଂ ତିରୁଭାଲୁର ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳରେ ଶନିବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି।

 

Comments are closed.