Latest Odisha News

BREAKING NEWS

ହାପି ବର୍ଥ ଡ଼େ କମଲ ହାସନ

ଚେନ୍ନାଇ: ସୁପରଷ୍ଟାର କମଲ ହାସନ ଆଜି ୬୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ତାଙ୍କ ଇଣ୍ଡଷ୍ଟ୍ରିବନ୍ଧୁ, ପରିବାର ସଦସ୍ୟ ଓ ଫ୍ୟାନ୍ସମାନେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତା ହେବା ସହ କମଲ ହାସନ ନିର୍ମାତା, ନିର୍ଦ୍ଦେଶକ ରହିଆସିଛନ୍ତି। ସେ ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟଲାମ, କନ୍ନଡ଼ ଏବଂ ବଙ୍ଗାଳୀ ଭାଷାରେ ଫିଲ୍ମ କରିସାରିଛନ୍ତି। ସେ ଫିଲ୍ମ ଜଗତ ସହ ରାଜନୀତି କ୍ଷେତ୍ରରେ ମଧ୍ୟ ସକ୍ରିୟ ଅଛନ୍ତି।

କମଲ ହାସନ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଶ୍ରୀନିବାସନ ଜଣେ ଓକିଲ ଥିଲେ। କମଲ ହାସନଙ୍କ ନାଁ ପ୍ରଥମେ ପାର୍ଥସାରଥୀ ଥିଲା। ପରେ ପିତା ତାଙ୍କ ନାଁକୁ ବଦଳାଇ କମଲ ହାସନ ରଖିଦେଇଥିଲେ। ୪ବର୍ଷ ବୟସରେ ସେ ଫିଲ୍ମ କରିବା ଆରମ୍ଭ କରିଥିଲେ। ତାଙ୍କ ପ୍ରଥମ ଫିଲ୍ମ କାଲାଥୁର କାନ୍ନାମ୍ମା ଫିଲ୍ମରେ ଶିଶୁ କଳାକାରଭାବେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ସେ ରାଷ୍ଟ୍ରପତି ଆୱାର୍ଡ଼ ପାଇଥିଲେ।

ଜନ୍ମଦିନ ପୂର୍ବରୁ ନଭେମ୍ବର ୬ରେ ନିର୍ଦ୍ଦେଶକ ଲୋକେଶ କାନାଗରାଜ ଏବଂ ବିକ୍ରମଙ୍କ ଦଳ ଉଲଗାନାୟଗାନ ଫିଲ୍ମର ଫାଷ୍ଟ ଲୁକ୍କୁ ଜନ୍ମଦିନର ଉପହାର ସ୍ୱରୂପ ପ୍ରଦାନ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.