Latest Odisha News

BREAKING NEWS

ପଶ୍ଚିମା ଝଡର ପ୍ରଭାବ, ସଂଧ୍ୟାବେଳା ଟୁଇନ ସିଟିରେ ଛେଚିଲା ବର୍ଷା

ଭୁବନେଶ୍ୱର: ପଶ୍ଚିମାଝଡର ପ୍ରଭାବରେ ଶନିବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବିଜୁଳି, ପବନ ଓ କୁଆପଥର ମାଡ଼ ହୋଇଛି। ରାଜଧାନୀରେ ଏହି ସମୟରେ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି। ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଥିବା ବାଳକାଟିରେ ମେଲଣ ଉତ୍ସବ ଚାଲିଥିଲା। ହଠାତ ପବନ ଏବଂ ବର୍ଷା ହେବାରୁ ଅନେକ ଦୋକାନୀଙ୍କର ଜିନିଷ ପତ୍ର  ଭାଙ୍ଗି ଯାଇଥିବା  ବେଳେ ଖାଇବା ଦୋକାନର ଖାଦ୍ୟ ନଷ୍ଟ ହୋଇଯାଇଛି। ଧୁଳି ଝଡ ଭଳି  ହୋଇଥିବାରୁ ଅନେକ ଲୋକ ମଧ୍ୟ ଏଥିରେ ପ୍ରଭାବିତ ହୋଇଥିଲେ।

ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ଏହି ବର୍ଷା ପରେ କଟକ, ଭୁବନେଶ୍ୱର, ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗୀର, ସମ୍ବଲପୁର ଓ ରାୟଗଡ଼ାରେ ଲୋକେ ଗରମରୁ ଆଶ୍ୱସ୍ତି ପାଇଛନ୍ତି।

ତେବେ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ନୀଳଗିରି ଅଯୋଧ୍ୟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରତାପପୁର ଗାଁରେ ବଜ୍ରପାତରେ ୧୩ ଗୋରୁଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଝଡ ତୋଫାନ ସମୟରେ ଏକ ଭଙ୍ଗା ଘର ତଳେ ୨୫ଟି ଗୋରୁ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ୧୩ ଜଣ ଗାଈ ପ୍ରାଣ ହରାଇଛନ୍ତି।

ରାୟଗଡ଼ାର କଲ୍ୟାଣସିଂହପୁର ଓ ବାଲେଶ୍ୱରରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ହୋଇଛି। କାଶୀପୁର ଅଞ୍ଚଳରେ ପବନ ଯୋଗୁଁ କିଛି ଆଜବେଷ୍ଟାସ ଛାତ ଉଡ଼ିଯାଇଛି ଏବଂ ଏହି ପ୍ରକ୍ରିୟାରେ ଦୁଇ ଜଣ ମହିଳା ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସେପଟେ ଆଜି ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା ଥିବା ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

Comments are closed.