Latest Odisha News

BREAKING NEWS

ଅବପାତ ଗଭୀର ଅବପାତର ରୂପ ନେଲା; ୧୦ ଜିଲ୍ଲାରେ ପ୍ରବଳ ବର୍ଷା, ଭୂସ୍ଖଳନ ଆଶଙ୍କା

ଭୁବନେଶ୍ୱର: ଗଭୀର ଅବପାତ ପରେ ରାଜ୍ୟରେ ଲାଗି ରହିଛି ବର୍ଷା । ଆଗକୁ ବର୍ଷାର ପରମାଣ ଆହୁରି ବୃଦ୍ଧି ପାଇବ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ  । ବୌଦ୍ଧରେ ସର୍ବାଧିକ ବର୍ଷା ନେଇ ରେକର୍ଡ କରାଯାଇଛି । ବୌଦ୍ଧରେ ୩୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି ।

BjdElectrycity

ଇତିମଧ୍ୟରେ ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ  ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେଓଗଡ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଜିଲ୍ଲା ।

ପାଣିପାଗ ବିଭାଗ ସତର୍କ ସୂଚନା ଦେଇ କହିଛି, ଏହିସବୁ ଜିଲ୍ଲାର ତଳିଆ ଅଞ୍ଚଳରେ  ପାଣି ପଶିଯିବାର ଆଶଙ୍କା ରହିଛି । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ମଧ୍ୟ ରହିଛି । କଚ୍ଚାଘର ଏବଂ ଦୁର୍ବଳ ପାଚେରୀ ଭୁଶୁଡି ପଡିବା ସମ୍ଭାବନା ମଧ୍ୟ ରହିଛି । ତେଣୁ ପରିସ୍ଥିତି ପ୍ରତି ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସଚେତନ କରାଯାଇଛି ।

ସେହିପରି, ଢେଙ୍କାନାଳ, ମୟୂରଭଞ୍ଜଳ ନୂଆପଡା, କଳାହାଣ୍ଡି, କନ୍ଧମାଳ ଆଦି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆ ଯାଇଛ । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଏହି ସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଛି, ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣିପଶିବ, କଚ୍ଚାରାସ୍ତା ଧୋଇଯିବା, କଚ୍ଚା ଘର ଭାଙ୍ଗିଯିବା, ଦୁର୍ବଳ କାନ୍ଥ ଭୁଶୁଡି ପଡିବା ଆଶଙ୍କା ରହିଛି । ଅଣ୍ଡରପାସ ରୋଡରେ ପାଣି ଜମିବା ସହ ବର୍ଷା ଯୋଗୁ ରାସ୍ତା ଦିଶିବାରେ ସମସ୍ୟା ଦେଖାଦେବ । ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ୍ ଦେଖାଦେବ । ତେଣୁ ଗାଡିଚାଳକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ଆଇଏମଡି । ନଦୀମାନଙ୍କରେ ବନ୍ୟାଜଳ ବୃଦ୍ଧି ପାଇବା ଆଶଙ୍କା ମଧ୍ୟ ଦେଖା ଦେଇଛି । ତେଣୁ ନିହାତି ଆବଶ୍ୟକ ନ ପଡିଲେ ବାହାରକୁ ନ ବାହାରିବାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

ଅନ୍ୟପକ୍ଷେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ନୟାଗଡ, ନବରଙ୍ଗପୁର, ଯାଜପୁର ।

Leave A Reply

Your email address will not be published.