Latest Odisha News

BREAKING NEWS

ପ୍ରବଳ ବର୍ଷାରେ ସୁବର୍ଣ୍ଣପୁର ସ୍ଥିତି ବେହାଲ, ରାସ୍ତାରେ ୨ ଫୁଟର ଡ୍ରେନ ପାଣି

ସୁବର୍ଣ୍ଣପୁର:ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରିହଛି । ଦୁଇଦିନ ଧରି ତୁହାକୁ ତୁହା ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁ ବଲାଙ୍ଗୀରରେ ମା’ ପାଟଣେଶ୍ୱରୀଙ୍କ ମନ୍ଦିର ପାଣିରେ ବୁଡି ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ଜିଲ୍ଲାର ଅଧିକାଂଶ ସହରର ପାଣିରେ ବୁଡି ଯାଇଛି । ଅଧିକାଂଶ ସହରରର ରାସ୍ତା, ଗଳି, କନ୍ଦିରେ ୨ ଫୁଟ ଡ୍ରେନ ପାଣି ପ୍ରବାହିତ ହେଉଛି। ସହର ଅବସ୍ଥା ଯେଉଁଠି ଏମିତି ସେଠି ଗାଁ ଅବସ୍ଥା କ’ଣ ହୋଇଥିବା ସହଜେ ଅନୁମେୟ ।

ଏପରି ସ୍ଥିତିରେ ହରିହର ଜୋର ଜଳ ସେଚନ ପ୍ରକଳ୍ପ ତାର ୬ଟି ଗେଟ ଖୋଲି ଦେଇଛି । ଫଳରେ  ଫଳରେ ବୀରମହାରାଜପୁର – ଚାରମାଳ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି  । ଏହା ସହିତ ଅନେକ ଗାଁକୁ ଘେରିଛି ବନ୍ୟା ଜଳ  । ବାଗବର ମଠ ପାଖ ରେ ଦୁଇ ଜଣ ଲୋକ ଜଳ ବନ୍ଦୀରେ ରହିଛନ୍ତି  ।  ସ୍ଥାନୀୟ ଦମକଳ ବାହିନୀ  ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ।  କୃଷ୍ଣପାଳି, ବାରଝୁଲା ଆଦି ଗାଁ ଗୁଡ଼ିକର ଚାଷ ଜମି ପ୍ରଭାବିତ ହୋଇଛି  । ଅନେକ ଚାଷ ଜମି ଜଳ ମଗ୍ନ ହୋଇ ରହିଥିଵା ବେଳେ ବିନିକା ଡୁଙ୍ଗରିପାଲି ତରଭା ଆଦି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ପାଇଁ ସବୁଆଡେ ଜଳମଗ୍ନ ହୋଇ ପଡିଛି  । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲକୁ ବନ୍ଦକରି ଛୁଟି ଘୋଷଣା କରି ଦିଆଯାଇଛି ।

Leave A Reply

Your email address will not be published.