Latest Odisha News

ଲଗାଣ ବର୍ଷାରେ ବେହାଲ ସ୍ଥିତି, ଯୋଗାଯୋଗ ବିଛିନ୍ନ

ବାତ୍ୟା ପରେ ଚାଲିଛି ପୁନରୁଦ୍ଧାର । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀରେ ବନ୍ୟାଜଳ । ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇଛି । ବୁଢାବଳଙ୍ଗରେ ଫ୍ଲାସ୍ ଫ୍ଲଡ୍ ସମ୍ଭାବନା ଥିଲା, କିନ୍ତୁ ବନ୍ୟା ସ୍ଥିତି ଟଳିଯାଇଛି ।ବାଲେଶ୍ୱରରୁ ସର୍ବାଧିକ ଲୋକ ସ୍ଥାନାନ୍ତର ହୋଇଥିଲେ । ତେବେ ବାତ୍ୟା ସମୟରେ କିଛି ସ୍ଥାନରେ ଲୋକେ ରାସ୍ତା କାଟି ଦେଇଛନ୍ତି । ଏହି ରାସ୍ତାକୁ ସନ୍ଧ୍ୟା ସୁଦ୍ଧା ମରାମତି କରାଯିବ । ପାଣି ଛାଡିଲା ପରେ ଆବଶ୍ୟକତା ଅନୁସାରେ ମରାମତି ହେବ । ପାଣି ସମସ୍ୟା ନହେବା ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଅତିରିକ୍ତ ପାଣି ଟ୍ୟାଙ୍କର ପଠାଯାଉଛି 

ବାତ୍ୟା ୟାସ ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗିରହିଛି । ୩ ଦିନ ହେଲା ବର୍ଷା ସହ ପବନ ବି ଜାରି ରହିଛି। ଫଳରେ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଚାରିଆଡେ ଜଳମଗ୍ନ ହୋଇଯାଇଥିବା ବେଳେ ଯିବାଆସିବା ସମ୍ପୁର୍ଣ୍ଣ ବନ୍ଦ୍ ହେଇଯାଇଛି । ବିଭିନ୍ନ ସ୍ଥାନରୁ ଯୋଗାଯୋଗ ବିଛିନ୍ନ ହୋଇଛି ।

ବୈତରଣୀ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି । ଯାହା ଫଳରେ କେନ୍ଦୁଝରଠାରୁ ଯଶିପୁର , ବାରିପଦା, କଲିକତାକୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇଛି। ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ୱରେ ଶହଶହ ଗାଡି ମୋଟର ଅଟକି ରହିଛି। ସେପଟେ ପାଟଣା ଢେଙ୍କିକୋଟ ରାସ୍ତାର ସ୍ବାମ ନାଳର ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପାଟଣା ଢେଙ୍କିକୋଟକୁ ଯୋଗାଯୋଗ ବିଛିନ୍ନ ହୋଇଛି।

 

ବାତ୍ୟା ୟାସ ପ୍ରଭାବରେ କେବଳ ରାସ୍ତା ନୁହେଁ ଲୋକ ବି ପାଣି ଘେରରେ ରହିଛନ୍ତି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଘର ଦ୍ବାର ବି ଭାଙ୍ଗି ଯାଇଛି । ସେହିଭଳି ବାତ୍ୟା ୟାସର ପ୍ରଭାବରେ ବାଂଶପାଳ ବ୍ଳକର ନୟାକୋଟ ବଇଙ୍ଗା ନଦୀ ପୋଲ ଉପରେ ବନ୍ୟା ଜଳ ପ୍ରଭାହିତ ହେବା ଫଳରେ ଡ୍ରାଇଭରର୍ସନ ପୋଲଟି ଭାସିଯାଇଛି। ଏହି ନଦୀ ରେ ୬ କୋଟି ବିନିମୟରେ ନୂତନ ନିର୍ମାଣ ଧୀନ ପୋଲଟିର ସେଟ୍ରିଙ୍ଗ ମଧ୍ୟ ଭାସିଯାଇଛି । ଫଳରେ ବହୁ କ୍ଷୟକ୍ଷତି ହୋଇଛି।ବାତ୍ୟା ଯୋଗୁ ବହୁ କ୍ଷୟକ୍ଷତି ହେଉଥିବା ବେଳେ ଲୋକମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯାଇଛି । ଆଖୁଆପଦା ଠାରେ ଜଳସ୍ତର ବଢ଼ିବ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ତଳେ ଜଳ ପ୍ରଭାବିତ ହେଉଛି । ସାଳନ୍ଦୀ ରେ ବି ଜଳସ୍ତର କମ ରହିଛି ।  ସମୁଦ୍ର ଜୁଆର ପାଣି  ପବନ ମାଡ଼ ହେବା ଦ୍ୱାରା ଆମର ଅନେକ ଲୁଣା ବନ୍ଧ  ଓ କେନ୍ଦ୍ରାପଡା, ବାଲିଆପାଳ ଭଳି ଜାଗାରେ ଲୁଣା ବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଛି । ୟାସ ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ତିନୋଟି ଜିଲ୍ଲା  ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ସମୁଦ୍ର ପାଣି ମାଡିଯିବା ଯୋଗୁଁ ଅନେକ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି ।

Leave A Reply

Your email address will not be published.