Latest Odisha News

BREAKING NEWS

ବାତ୍ୟା ବିଭୀଷିକା ଭିତରେ ଜନ୍ମ ନେଲେ ୭୫୦ ଶିଶୁ

ଭୁବନେଶ୍ବର : ବାତ୍ୟା ବିଭୀଷିକା ଭିତରେ ରାଜ୍ୟରେ ଜନ୍ମ ନେଇଛନ୍ତି ୭୫୦ ଜଣ ଶିଶୁ । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଜନ୍ମ ହୋଇଛନ୍ତି ଶିୁଶୁ । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୪ ହଜାର ୫୫୫ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୧୦୭ ମହିଳାଙ୍କୁ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ବାତ୍ୟା ଭଳି ପ୍ରତିକୂଳ ପରିସ୍ଥିତିରେ ୭୫୦ ଜଣ ଶିଶୁ ଜନ୍ମ ନେଇଛନ୍ତି ।

ଏହି ମହିଳାମାନଙ୍କ ପ୍ରସବ ସମୟ ଜୁନ ପ୍ରଥମ ସପ୍ତାହ ଥିଲା । ବାତ୍ୟା ସମୟରେ ଜନ୍ମ ନେଇଥିବା ଶିଶୁଙ୍କ ମଧ୍ୟରେ ଅଧିକାଂଶ କେନ୍ଦ୍ରାପଡ଼ା ଜିଲ୍ଲା ଅଛନ୍ତି । ସେହିପରି ଭଦ୍ରକରୁ ୯୮ ଜଣ, ଖୋର୍ଦ୍ଧାରୁ ୯୫ଜଣ, ଜଗତସିଂହପୁରରୁ ୮୪, ଯାଜପୁରରୁ ୬୯, କେନ୍ଦୁଝରରୁ ୫୫, ମୟୂରଭଞ୍ଜରେ ୩୬, ବାଲେଶ୍ବରରୁ ୫୮, କଟକରୁ ୬୧ ଜଣ ଓ ପୁରୀ ଜିଲ୍ଲାରୁ ୨୮ ଜଣ ଶିଶୁ ଜନ୍ମ ନେଇଛନ୍ତି ।

Leave A Reply

Your email address will not be published.