Latest Odisha News

BREAKING NEWS

ଜାଡରେ ଥରୁଛି ସାରା ରାଜ୍ୟ, ୨ଦିନ ପରେ ବଢିପାରେ ରାତି ତାପମାତ୍ରା

ଭୁବନେଶ୍ବର: ଲଗାତାର ତିନି ଦିନ ଧରି ଝିପଝିପ୍ ବର୍ଷା ସାଙ୍ଗକୁ କୋହଲାପାଗ ଓ ଥଣ୍ଡା ପବନ କମିବା ପରେ ଏବେ ଜାଡରେ ଥରହର ସାରା ଓଡିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳୁଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସେପଟେ କୁହୁଡି ଯୋଗୁଁ ଦୃଶ୍ୟମାନ ଦୂରତା କମ ରହିଛି ।

ସକାଳୁ ସକାଳୁ ଘରୁ ବାହିରବା ମୁସ୍କିଲ ହୋଇପଡୁଛି । ସେହିପରି ସଂଧ୍ୟା ୭ଟା ହେଲେ ରାସ୍ତା ଘାଟ ଶୁନଶାନ ହୋଇଯାଉଛି । ଏହି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ଜାଳୁଛନ୍ତି । ଗାଁ ଠୁ ସହର ସବୁଠି ହାଡଭଙ୍ଗା ଶୀତ ଅନୁଭୂତ ହେଉଛି ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ, ଆଉ ୨ ଦିନ ପରେ ଶୀତ କମିପାରେ । ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଫ୍ରେବୃଆରୀ ୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାନେଇ ଆଶଙ୍କା କରିଛି ବିଭାଗ ।

Leave A Reply

Your email address will not be published.