Latest Odisha News

BREAKING NEWS

ଭୋଟଗ୍ରହଣ କେନ୍ଦ୍ରରେ ଓଡ଼ିଶାର ରଥୀ-ମହାରଥୀଙ୍କ ମତଦାନ…

ଭୁବନେଶ୍ୱର: ଓଡ଼ିଶାରେ ଆଜି ଚାଲିଛି ୩ୟ ପର୍ଯ୍ୟାୟ ମତଦାନ । ରାଜ୍ୟର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ଲାଗି ସକାଳୁ ଆରମ୍ଭ ହୋଇଯାଇଛି ଭୋଟଗ୍ରହଣ । ପ୍ରାୟ ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ ଭୋଟର୍ ମାନେ ଉତ୍ସାହର ସହିତ ଭୋଟ୍ ଦେଉଥିବା ବେଳେ ଓଡ଼ିଶା ରାଜନୀତିର ହେଭିୱେଟ୍ ନିଜ ନିଜର ମତଦାନ କେନ୍ଦ୍ରରେ ଧାଡ଼ିରେ ଛିଡ଼ା ହୋଇ ମତ ସାବ୍ୟସ୍ତ କରିଥିବା ଦେଖାଯାଇଛି ।

ଆଜି ୭ଟା ବେଳୁ ଯେଉଁ ରଥୀ-ମହାରଥୀମାନେ ଭୋଟଦାନ କରି ସାରିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ, କଟକରେ ବିଜେପି ନେତା ସମୀର ଦେ, ବରିଷ୍ଠ ବିଜେଡ଼ି ନେତା ଦେବାଶୀଷ ସାମନ୍ତରାୟ ତଥା ବିଜେପିର ବରିଷ୍ଠ ନାରୀ ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ।

ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱର ଏରୋଡ୍ରୋମ କଲୋନୀ ୟୁପି ସ୍କୁଲରେ ନିଜର ମତଦାନ କରିଛନ୍ତି ।

ସେହିପରି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଧର୍ମପତ୍ନୀଙ୍କ ସହିତ ତାଳଚେରସ୍ଥିତ ଦେଉଳବେଢା ତେଲିସାହିରେ ଥିବା ୟୁପି ସ୍କୁଲରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ରାଜଧାନୀ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ନୂଆପଲ୍ଲୀସ୍ଥିତ ଆଇଆରସି ଭିଲେଜରେ ଭୋଟ ଦେଇଛନ୍ତି ।

କଟକରେ ବିଜେପି ନେତା ସମୀର ଦେ ଓ ଦେବାଶୀଷ ସାମନ୍ତରାୟ ଭୋଟଦାନ କେନ୍ଦ୍ରରେ ଧାଡ଼ିରେ ଛିଡ଼ା ହୋଇ ସକାଳେ ନିଜର ଗଣତାନ୍ତ୍ରୀକ ଅଧିକାରକୁ ସାବ୍ୟସ୍ତ କରିଛନ୍ତି ।

ସେହିପରି ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀ ପ୍ରଧାନ ତୁରୁଡ଼ା ହାଇସ୍କୁଲରେ ଭୋଟ ଦେଇଥିବା ବେଳେ ବରିଷ୍ଠ ବିଜେପି ନେତା ରୁଦ୍ର ନାରାୟଣ ପାଣି ନିଜ ନିର୍ବାଚନ ମଣ୍ଡଳୀ ଢେଙ୍କାନାଳରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।

Leave A Reply

Your email address will not be published.