ଭୁବନେଶ୍ୱର: ଜଣେ ସଚ୍ଚା କବିର ନିର୍ଦ୍ଦିଷ୍ଟ କୌଣସି ପଥ କି ଆଦର୍ଶ ନଥାଏ । ଯେଉଁବାଟରେ ସେ ଚାଲେ, ସେଇ ବାଟର ସେ ପଥିକ । ତେଣୁ ଜଣେ କବି ଏକାଧାରରେ ପ୍ରେମିକ, ବିଦ୍ରୋହୀ ଓ ସନ୍ନ୍ୟାସୀ ହେବାକୁ ବାଧ୍ୟ । ବିଶ୍ୱ ପୁସ୍ତକ ଦିବସ ଅବସରରେ ଟାଇମ୍ପାସ୍ ପକ୍ଷରୁ ଆୟୋଜିତ ‘ବହି ବିଷୁବ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ କବି ଓ ପ୍ରଶାସକ ପ୍ରଦୀପ ବିଶ୍ୱାଳ ଏପରି ମତ ରଖିଛନ୍ତି ।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଯୁବକବି ଅଶୋକ କୁମାର ସିଂହଙ୍କ ଦ୍ୱିଭାଷୀ କବିତା ସଂକଳନ ‘ଦୃଶ୍ୟାନ୍ତର’ ଲୋକାର୍ପିତ ହୋଇଥିଲା । ଏହି ଆସରରେ ମୁଖ୍ୟ ବକ୍ତା ଥିଲେ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ଏବଂ ସମୀକ୍ଷକ ଥିଲେ କବି ଶକ୍ତି ମହାନ୍ତି ଓ କବି ପବିତ୍ର ମୋହନ କର ।
ଦ୍ୱିତୀୟ ଭାଗରେ ଟାଇମ୍ପାସ୍ ଦ୍ୱାରା ଓଡ଼ିଆ ଲେଖକଙ୍କ ପ୍ରଥମ ପାଣ୍ଡୁଲିପି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହୋଇଥିବା ଦିପୁନ ପୁହାଣ, ଆଲୋକ ରଂଜନ ଷଡ଼ଙ୍ଗି, ଲିପିରେଖା ମହାପାତ୍ର, ଶ୍ରାବଣୀ ନାଥ, ମନୋଜ କୁମାର ବେହେରା, ଅନ୍ନପୂର୍ଣ୍ଣା ଦାସ, ପ୍ରୀତିପଦ୍ମା ପଣ୍ଡା, ସୋନାଲୀ ମାଦେଳୀ, ପ୍ରଜ୍ଞା ପାରମିତା ରଥ, ବିଶ୍ୱଭାରତୀ ଦାଶ, ପ୍ରତିଭା ପ୍ରିୟଦର୍ଶିନୀ, ଜଗତବନ୍ଧୁ ମହାପାତ୍ର, ଲିନାରାଣୀ ଧଳ, ରାଜଶ୍ରୀ ତ୍ରିପାଠୀ ପ୍ରମୁଖ ୧୪ ଜଣ ନବଲେଖକଙ୍କ ୧୪ଟି ପୁସ୍ତକ ଲୋକାର୍ପିତ ହୋଇଥିଲା । ଏଥିସହିତ ୩୦ ବର୍ଷରୁ କମ୍ ବୟସର ୨୦ ଜଣ କବିଙ୍କ ନିର୍ବାଚିତ କବିତାକୁ ନେଇ ସରୋଜ ବଳଙ୍କ ସଂପାଦିତ ‘କବିତାରା’ ପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଥିଲା ।
ଏହି ଅବସରରେ ନୂଆ ପିଢ଼ିର ଲେଖକମାନଙ୍କ ସହ ପ୍ରବୀଣ ଲେଖକମାନେ ଭାବର ଆଦାନ ପ୍ରଦାନ କରିଥିଲେ ଓ ସେମାନଙ୍କ ସୃଜନଯାତ୍ରା ବିଷୟରେ ସାକ୍ଷାତକାର ନେଇଥିଲେ । ଉତ୍ସବର ସଂଚାଳନ କରିଥିଲେ ପ୍ରକାଶକ ଓ କବି ସରୋଜ ବଳ । ରାଜ୍ୟର ବିଭିନ୍ନ ଅଂଚଳରୁ ଯୁବ ପ୍ରତିଭାମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
BREAKING NEWS
- ଭିଜା ବ୍ୟବସ୍ଥାରେ ବଡ଼ ସଂସ୍କାର: ବିଦେଶୀଙ୍କ ଯାତ୍ରା ଓ ରହଣି ନିୟମରେ ଆସିଲା ନୂଆ ଗାଇଡଲାଇନ୍
- ସରଳ ହେବ ବନ୍ଦୀ ଜୀବନରୁ ମୁକ୍ତି ବ୍ୟବସ୍ଥା, ଆଗୁଆ ମୁକୁଳିବେ ବୟସ୍କ ଓ ରୋଗାଗ୍ରସ୍ତ କଏଦୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
- ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ: ତୋତ୍ତୋରି ପ୍ରିଫେକ୍ଚର୍ ସହ ଐତିହାସିକ ‘ମୈତ୍ରୀ ସମ୍ପର୍କ ଚୁକ୍ତି’ ସ୍ୱାକ୍ଷରିତ
- ନଭେମ୍ବର ୨୪ରେ ଐତିହାସିକ ବାଲିଯାତ୍ରାକୁ ଉଦଘାଟିତ କରିବେ ରାଷ୍ଟ୍ରପତି
- ଦୁଃଖଦ ଘଟଣା; ବୁଡ଼ି ଯାଉଥିବା ପୁଅକୁ ଉଦ୍ଧାର କରିବାକୁ ଯାଇ ମାଆ ମୃତ
- ପାୟଲ ନାଗଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ
- ଲତିଫ୍ ଭଟ୍ କିଏ? କୁଲଗାମ୍ ଆକ୍ରମଣ ପଛରେ ହାତ ଥିବା ସନ୍ଦେହ, ଜୋରଦାର ଖୋଜୁଛି ପୋଲିସ
- ହାର୍ଦ୍ଦିକଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବା, ଅର୍ଶଦୀପଙ୍କ ଏଣ୍ଟ୍ରି ନେଇ ମୁହଁ ଖୋଲିଲେ ଆକାଶ ଅମ୍ବାନୀ
- ଚାଲୁ ଚାଲୁ ହଠାତ୍ ଅଚେତ ହୋଇ ପଡିଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼: ଦିଲ୍ଲୀ ଏମ୍ସରେ ଭର୍ତ୍ତି
- କୁଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: MHA ର ଉଚ୍ଚସ୍ତରୀୟ ବୈଠକ
Comments are closed.