Latest Odisha News

BREAKING NEWS

ଶତ୍ରୁ ସଂହାର କରିବ ହେଲିନା ମିସାଇଲ୍‌, ରାଜସ୍ଥାନରେ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ହେଲିକପ୍ଟର୍‌ରୁ କ୍ଷେପଣ କରାଯାଉଥିବା ଅତ୍ୟାଧୁନିକ ଏଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍ ହେଲିନାକୁ ରାଜସ୍ଥାନରେ ସଫଳ ପରୀକ୍ଷଣ କରାଯାଇଛି । ପୋଖରାନ୍‌ରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା ମିଶାଇଲ୍‌ ନିର୍ଦ୍ଧାରିତ ଲକ୍ଷ୍ୟକୁ ଭେଦ କରିବାରେ ଶହେ ପ୍ରତିଶତ ସଫଳ ହୋଇଛି । ଏହି ମିଶାଇଲ୍‌ କୌଣସି ସମୟରେ ବି ଟାର୍ଗେଟ୍‌କୁ ଭେଦ କରିପାରିବ ।

ପରୀକ୍ଷା ସମୟରେ ଏହି ମିସାଇଲ୍‌କୁ ଏଏଲ୍‌ଏଚ୍‌ ଧ୍ରୁବ ହେଲିକପ୍ଟର୍‌ରେ ଲଞ୍ଚ କରାଯାଇଥିଲା । ଏହି ମିଶାଇଲ୍‌କୁ ବର୍ତ୍ତମାନ ଭାରତୀୟ ସ୍ଥଳସେନା ଏବଂ ବାୟୁ ସେନାରେ ସାମିଲ୍‌ କରାଯିବ । ଯେଉଁ ସମୟରେ ଭାରତ, ଚୀନ୍‌ ଏବଂ ପାକିସ୍ଥାନ ମଧ୍ୟରେ ଟକ୍କର ପରିସ୍ଥିତି ସୃଷ୍ଟି ହୋଇଛି, ସେହି ସମୟରେ ଏହି ମିସାଇଲ୍‌କୁ ପରୀକ୍ଷଣ କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ପୂର୍ବ ୫ ଦିନଧରି ହେଲିନା ମିସାଇଲ୍‌କୁ ୭ କିଲୋମିଟର୍‌ରୁ ଅଧିକ ରେଞ୍ଜରେ ପରୀକ୍ଷଣ କରାଯାଇଛି । ୫ ଥର ପରୀକ୍ଷଣରେ ଏହି ମିସାଇଲ୍‌ ଟାର୍ଗେଟ୍‌କୁ ଶତ ପ୍ରତିଶତ ଭେଦ କରିବାକୁ ସକ୍ଷମ ହୋଇଥିଲା । ବର୍ତ୍ତମାନ ଏହା ଏଚ୍‌ଏଏଲ୍‌ ରୁଦ୍ରା ଏବଂ ହାଲ୍‌କା ଲଢ଼ୁଆ ହେଲିକପ୍ଟରରେ ଇଣ୍ଡକ୍ସନ୍‌ ପାଇଁ ପ୍ରସ୍ତୁତ ହୋଇସାରିଛି । 

ଏହି ମିଶାଇଲ୍‌ର ତୁଳନା ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମୀର ୱାୟର୍‌ ଗାଇଡେଡ୍‌ ଏଚ୍‌ଜେ-୮ ଏବଂ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ଲେଜର୍‌ ଗାଇଡେଡ୍‌ ମିଶାଇଲ୍‌ ବାରକ୍ୟୁ ସହ କରାଯାଇଛି ।

Leave A Reply

Your email address will not be published.