Latest Odisha News

ମୁଖ୍ୟ ନିର୍ବାଚନ କମିସନରଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

ପିଥୋରାଗଡ: ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ଆଜି ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନେଇ ମିଲାମ ଅଭିମୁଖେ ଯାଉଥିବା ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଛି। ପ୍ରତିକୂଳ ପାଗ କାରଣରୁ ଏପରି ହୋଇଥିବା ଜଣାପଡିଛି। ଏନେଇ ପାଇଲଟ୍ ଏକ ଦୁର୍ଗମ ଅଞ୍ଚଳରେ ଥିବା ରାଲାମରେ ହେଲିକପ୍ଟର ଅବତରଣ କରିଛନ୍ତି ।

 

ଘଟଣା ସମୟରେ ସିଇସିଙ୍କ ସହିତ ରାଜ୍ୟ ଡେପୁଟି ମୁଖ୍ୟ ନିର୍ବାଚନ ଅଧିକାରୀ ବିଜୟ କୁମାର ଜୋଗାଣ୍ଡେ ମଧ୍ୟ ହେଲିକପ୍ଟରରେ ଥିଲେ। ଉଭୟ ଅଧିକାରୀ ସୁରକ୍ଷିତ ଥିବା ସହ ହେଲିକପ୍ଟରର କୌଣସି କ୍ଷତି ହୋଇନାହିଁ। ହେଲିକପ୍ଟରଟି ପାର୍ବତ୍ୟ ଅଞ୍ଚଳ ଉପରେ ଉଡ଼ୁଥିବା ସମୟରେ ପାଗ ଖରାପ କାରଣରୁ  ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ପାଇଲଟ ଏହାକୁ ଜରୁରୀକାଳୀନ ଅବତରଣ କରିଥିଲେ। ଏହି ଘଟଣା ଉପରେ ଅଧିକାରୀମାନେ ନଜର ରଖିଛନ୍ତି। ପାଣିପାଗର ସ୍ଥିତି ଉପରେ କଡ଼ା ନଜର ରଖାଯିବା ସହିତ ସିଇସି ଏବଂ ତାଙ୍କ ସହ ଥିବା ଅଧିକାରୀଙ୍କ ସୁରକ୍ଷା ବୃଦ୍ଧି ପାଇଁ  ପଦକ୍ଷେପ ନିଆଯିବା ସମ୍ପର୍କରେ ଜଣା ପଡିଛି।

Leave A Reply

Your email address will not be published.