Latest Odisha News

ଛତିଶଗଡରେ ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ

ରାୟପୁର: ଛତିଶଗଡ଼ର ରାୟପୁରରେ ଏକ ବିମାନ ବନ୍ଦରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସନ୍ଧ୍ୟାରେ ହୋଇଥିବା ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ କ୍ୟାପଟେନ୍ ଗୋପାଳକୃଷ୍ଣ ପଣ୍ଡା ଓ କ୍ୟାପଟେନ୍ ଏପି ଶ୍ରୀବାସ୍ତବଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି।

ପାଇଲଟମାନେ ହେଲିକପ୍ଟରକୁ ଅବତରଣ କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ହେଲିକପ୍ଟରରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି। ହେଲିକପ୍ଟରରେ କୌଣସି ଯାତ୍ରୀ ନଥିଲେ । ତେବେ କ୍ୟାପଟେନ ପଣ୍ଡାଙ୍କ ଘର ଓଡ଼ିଶାର ବୋଲି ସୂଚନା ରହିଛି। ହେଲେ କେଉଁ ଜିଲ୍ଲାର ଏହା ସ୍ପଷ୍ଟ ହୋଇନାହିଁ ।

ରାଜଧାନୀ ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦରରେ ଆଜି ରାତି ପ୍ରାୟ 9ଟା 10 ମିନିଟରେ ବିମାନଟି ଉଡ଼ାଣ ଅଭ୍ୟାସ କରିବା ବେଳେ ଏହି ଅଘଟଣ ଘଟିଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ପ୍ରଶାନ୍ତ ଅଗ୍ରଓ୍ୱାଲ କହିଛନ୍ତି।

ଏହି ଦୁର୍ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପାଇଲଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହ ଦୁଇ ପାଇଲଟ କ୍ୟାପଟେନ ପଣ୍ଡା ଓ କ୍ୟାପଟେନ୍ ଶ୍ରୀବାସ୍ତବଙ୍କର ମୃତ୍ୟୁ ହୋଇଛି ବୋଲି କହିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.