Latest Odisha News

BREAKING NEWS

କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୫ ମୃତ

ଡେରାଡୁନ: କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗୌରୀକୁଣ୍ଡ ଜଙ୍ଗଲରେ ହେଲିକପ୍ଟର୍ ଟି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

ଖବର ମିଳିବା ପରେ ଦୁର୍ଘଟଣାସ୍ଥଳରେ ରେସ୍‌କ୍ୟୁ ଟିମ୍‌ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହା ଡେରାଡୁନରୁ ଗୁପ୍ତକାଶୀକୁ ଯାଉଥିବା ସମୟରେ ହେଲକପ୍ଟର୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖରାପ ପାଗ ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ହେଲିକପ୍ଟର୍‌ରେ ପାଇଲଟ୍‌ ସମେତ ୬ ଜଣ ଥିବା ସୂଚନା ମିଳିଛି । ହେଲିକପ୍ଟରଟି ଆର୍ଯ୍ୟନ କମ୍ପାନୀର ବୋଲି ଜଣାପଡ଼ିଛି ।

Comments are closed.