Latest Odisha News

BREAKING NEWS

ଶ୍ରୀମନ୍ଦିର ବଳୟ ଉପରେ ହେଲିକପ୍ଟର

ପୁରୀ: ଶ୍ରୀମନ୍ଦିର ବଳୟ ଉପରେ ହେଲିକପ୍ଟର ଶ୍ରୀମନ୍ଦିର ଉପରେ ଉଡିଲା ହେଲିକପ୍ଟର । ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ ହେଲିକପ୍ଟର ଉଡୁଥିବା ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ବଳୟ ଭିତରେ ହେଲିକପ୍ଟର ଉଡୁଥିଲା । ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍‌ ହୋଇଥିବା ବେଳେ ହେଲିକପ୍ଟର ଉଡ଼ିବାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଥିଲା ।

ତେବେ ପୁରୀ ଏସ୍‌ପି କନଓ୍ୱର ବିଶାଲ ସିଂହ ଏହାକୁ ହାଲୁକା ଭାବେ ନେଇଛନ୍ତି । ଏହାସହ କୌଣସି ବିପଦ ନଥିବା ସେ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଆକାଶରେ ଉଡ଼ିଥିବା ହେଲିକପ୍ଟରଟି ଭାରତୀୟ ତଟରକ୍ଷୀ ବାହିନୀର । ଏବେ ସିକ୍ୟୁରିଟି ଡ୍ରିଲ ଚାଲିଥିବାରୁ ହେଲକପ୍ଟର ଉଡ଼ି ଥାଇପାରେ । ତେବେ ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ । ତେବେ ଏନେଇ ଅଧିକ ତଦନ୍ତ କରାଯାଉଥିବା ମଧ୍ୟ ଏସ୍‌ପି କହିଛନ୍ତି ।

 

Leave A Reply

Your email address will not be published.