Latest Odisha News

BREAKING NEWS

ସାମୟିକ ଭାବେ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ ୧୨ ଟ୍ରେନ୍

ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ଦେଇ ଚଳାଚଳ କରୁଥିବା ୧୨ଟି ଟ୍ରେନର ରୁଟରେ ପରିବର୍ତ୍ତନ । ପୂର୍ବ ସୀମାନ୍ତ ରେଳପଥରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ସାମୟିକ ଭାବେ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ ୧୨ଟି ଟ୍ରେନ୍ । ଏନେଇ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ପୂର୍ବ ସୀମାନ୍ତ ରେଳପଥର ଅଲିପୁର ଦୁଆର ରେଳମଣ୍ଡଳ ଅନ୍ତର୍ଗତ ବେଟଗାରା-ଖଲାଇଗ୍ରାମ ଓ ଜଲପାଈଗୁଡ଼ି ରୋଡ଼-ୱାଇ ଲେଗ୍ ସ୍ପେଶାଲ୍ କ୍ଲାସ୍ ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ବନ୍ଧୀୟ ବେଟଗାରା, ଅଲ୍ଟାଗ୍ରାମ୍, ଧୁପଗିରି, ଜଲପାଈଗୁଡ଼ି ରୋଡ୍, ୱାଇ ଲେଗ୍ ସ୍ପେଶାଲ୍ କ୍ଲାସ୍ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ରାଣୀନଗର-ଜଲପାଈଗୁଡ଼ି-ୱାଇ ଲେଗ୍ ସ୍ପେଶାଲ୍ କ୍ଲାସ୍ ଷ୍ଟେସନ୍-ମଠଭଙ୍ଗ- ନ୍ୟୁ କୁଚବିହାର ମାର୍ଗଦେଇ ଚଳାଚଳ କରିବାକୁ ଥିବା ଟ୍ରେନ ହେଲା –

୧ – ୦୭୦୩୦ ସିକନ୍ଦରାବାଦ-ଅଗରତାଲା ସ୍ପେଶାଲ୍ ଟ୍ରେନ ସିକନ୍ଦରାବାଦରୁ ଜୁନ ୨୮ ତାରିଖ ଦିନ ବନ୍ଦ ରହିବ ।
୨ – ୦୨୫୧୦ ଗୌହାଟୀ-ବାଙ୍ଗାଲୋର ବିଶେଷ ଟ୍ରେନ ଗୌହଟିରୁ ଜୁନ୍ ୨୭ରୁ ୨୯ ତାରିଖ ମଧ୍ୟରେ ବନ୍ଦ ରହିବ ।
୩ – ୦୨୫୧୪ ଗୌହାଟୀ-ସିକନ୍ଦରାବାଦ-ଗୌହାଟୀ ବିଶେଷ ଟ୍ରେନ ଗୌହାଟୀ ଠାରୁ ଜୁଲାଇ ୧ ତାରିଖରେ ବନ୍ଦ ରହିବ ।
୪ – ୦୨୫୫୨ କାମାକ୍ଷା-ଯଶୋବନ୍ତପୁର-କାମାକ୍ଷା ବିଶେଷ ଟ୍ରେନ କାମାକ୍ଷା ଠାରୁ ଜୁନ୍ ୩୦ ତାରିଖ ଦିନ ବନ୍ଦ ରହିବ ।

ସେହିପରି ସିଲିଗୁଡ଼ି-ଅଲିପୁର ଦୁଆର୍-ସମୁକତାଲା ରୋଡ୍ ମାର୍ଗଦେଇ ଚଳାଚଳ କରିବାକୁ ଥିବା ବିଶେଷ ଟ୍ରେନ ହେଲା –
୧ – ୦୨୫୫୧ ଯଶୋବନ୍ତପୁର-କାମାକ୍ଷା-ଯଶୋବନ୍ତପୁର ବିଶେଷ ଟ୍ରେନ ଯଶୋବନ୍ତପୁର ଠାରୁ ଜୁନ୍ ୨୬ ତାରିଖ ଦିନ ବନ୍ଦ ରହିବ ।
୨ – ୦୫୯୨୯ ତାମ୍ବରମ-ନ୍ୟୁ ତିନସୁକିଆ ବିଶେଷ ଟ୍ରେନ ତାମ୍ବରମ ଠାରୁ ଜୁନ୍ ୨୮ ତାରିଖରେ ବନ୍ଦ ରହିବ ।
୩ – ୦୫୬୨୯ ତାମ୍ବରମ-ସୀଲଘାଟ ସ୍ପେଶାଲ ଟ୍ରେନ ତାମ୍ବରମ ଠାରୁ ଜୁନ୍ ୨୮ ତାରିଖରେ ବନ୍ଦ ରହିବ ।
୪ – ୦୨୫୧୬ ସିଲଚର-କୋଏମ୍ବାଟୁର ସ୍ପେଶାଲ ଟ୍ରେନ ସିଲଚରରୁ ଜୁନ୍ ୨୯ ତାରିଖରେ ବନ୍ଦ ରହିବ ।
୫ – ୦୬୧୮୬ ଗୌହାଟୀ-ତ୍ରିଭେନ୍ଦ୍ରମ ସ୍ପେଶାଲ ଟ୍ରେନ୍ ଗୌହଟିରୁ ଜୁନ୍ ୩୦ ତାରିଖରେ ବନ୍ଦ ରହିବ ।

Leave A Reply

Your email address will not be published.