Latest Odisha News

BREAKING NEWS

କଟକରେ କୋଭିଡ୍ ରୋଗୀଙ୍କ ଶବ ସଂସ୍କାର ପାଇଁ ଖୋଲାହେଲା ହେଲ୍ପ ଡେସ୍କ

କଟକ : କୋଭିଡ୍ ରୋଗୀଙ୍କ ଶବ ସଂସ୍କାର ପାଇଁ ଖୋଲାହେଲା ହେଲ୍ପ୍ ଡେସ୍କ । କଟକ କାଳିଆବୁଦା ଶ୍ମଶାନରେ ଏହି ହେଲ୍ପ ଡେସ୍କକୁ ଉଦଘାଟନ କରିଛନ୍ତି ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଭାତ ରଞ୍ଜନ ବିଶ୍ବାଳ । ବର୍ତ୍ତମାନ ସତୀଚୌରା ଶ୍ମାଶନରେ ଶବଦାହ କରାଯାଉଥିବା ବେଳେ, କାଳିଆବୁଦା ଶ୍ମଶାନରେ କୋଭିଡ୍ ରୋଗୀଙ୍କୁ ପୂର୍ବରୁ ଶବ ସଂସ୍କାର କରାଯାଉଥିଲା । ହେଲେ କୌଣସି କାରଣବଶତଃ ଏହା ବନ୍ଦ ହୋଇଯାଇଥିଲା ।

ପୁନର୍ବାର ଏହି ଶ୍ମଶାନରେ କୋଭିଡ୍ ରୋଗୀଙ୍କ ଶବ ସତ୍କାର କରାଯିବ । ଏଥିପାଇଁ କଟକ ମହାନଗର ନିଗମ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶା ଏବଂ ବିଶ୍ବବିଜେତା ଫାଉଣ୍ଡେସନକୁ ଦାୟିତ୍ବ ଦିଆଯାଇଛି । ଆଉ ଓଡ଼ିଶା ମୋ ପରିବାର ପକ୍ଷରୁ ମଧ୍ୟ ଶବ ସତ୍କାରରେ ବ୍ୟବହୃତ ସାମଗ୍ରୀକୁ ଯୋଗାଇ ଦିଆଯାଉଛି । ଏହାଦ୍ବାରା କୋଭିଡ୍ ରୋଗୀଙ୍କ ଶବ ସଂସ୍କାର ପାଇଁ କୌଣସି ଅସୁବିଧା ରହିବ ନାହିଁ ବୋଲି ସଂଯୋକକ ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ କହିଛନ୍ତି । ସିଏମସି ଏହି ଦୁଇ ଅନୁଷ୍ଠାନକୁ ଦାୟିତ୍ବ ଦେଇଥିବାରୁ ଏହାକୁ ସୂଚାରୁରୂପେ ତୁଲାଇବେ ବୋଲି କହିଛନ୍ତି ଦୁଇ ଅନୁଷ୍ଠାନର କର୍ମକର୍ତ୍ତା ।

Leave A Reply

Your email address will not be published.