Latest Odisha News

BREAKING NEWS

ସେତେଟା ଘାତକ ହେବନି ତୃତୀୟ ଲହର

ଭୁବନେଶ୍ବର : ଦେଶରେ କମିବାରେ ଲାଗିଛି ମହାମାରୀ କରୋନା ପ୍ରକୋପ । ସଂକ୍ରମଣ କମୁଥିବା ବେଳେ, ସ୍ଥିତିରେ ମଧ୍ୟ ସୁଧାର ଆସୁଛି । ହେଲେ ଏବେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଚିନ୍ତା ପଶିଲାଣି । କିନ୍ତୁ ଏହି ତୃତୀୟ ଲହର ସେତେଟା ଘାତକ ହେବନି । ଆଇସିଏମଆର ରିପୋର୍ଟରେ କୁହାଯାଇଛଇ ଯେ, ଦେଶର ଦୁଇ ତୃତୀୟାଂଶ ଲୋକଙ୍କ ମଧ୍ୟରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି । ୬ ବର୍ଷରୁ ଆରମ୍ଭ ୬୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ୬୦ ପ୍ରତିଶତ ସୃଷ୍ଟି ହୋଇଥିବାରୁ ଏହା କରୋନା ବିରୋଧରେ ଲଢିବାକୁ ଢେର ସହାୟକ ହେବ । ତେବେ ସମ୍ଭାବ୍ୟ ତୃତୀୟ ଲହର ସେତେଟା ପ୍ରଭାବୀ ହେବନି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଅନ୍ୟପଟେ ଦୁଇ ତୃତୀୟଂଶ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହେବା ଏକ ଭଲ ଖବର ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସେହିପରି ଟିକା ନେଇଥିବା ୭୦%ରୁ ଅଧିକ ଲୋକଙ୍କ ଠାରେ ଆଣ୍ଟିବଡି ହୋଇଛି । ଏହା ଡେଲ୍ଟା ଭାରିଏଣ୍ଟ ବିରୋଧୀ ଲଢ଼େଇ ଲାଗି ଆବଶ୍ୟକ ହାର୍ଡ ଇମ୍ୟୁନିଟି ଦିଗରେ ବଡ଼ ସଫଳତା ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଯଦି କୌଣସି ଇମ୍ୟୁନ ଏସକେପ ଭାରିଏଣ୍ଟ ନ ଆସେ, ବଡ଼ ଧରଣର ତୃତୀୟ ଲହର ଭୟ ନାହିଁ ବୋଲି ସେ କହିଛନ୍ତି । ସେହିପରି ସେପ୍ଟେମ୍ବର ଅକ୍ଟୋବର ସୁଦ୍ଧା ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇ ସାରିଥିବ । ତେଣୁ ବର୍ଷ ଶେଷ ସୁଦ୍ଧା ଅଧିକାଂଶୁ ଶିଶୁ ଟିକା ନେଇସାରିଥିବେ । ତେବେ ଆଗକୁ ରାଜ୍ୟରେ କରୋନା ସଂକ୍ରମଣ ଆହୁରି ହ୍ରାସ ପାଇବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.