Latest Odisha News

BREAKING NEWS

ମରିଗଲା ମାନବିକତା, ଟ୍ରଲିରେ ବୁହା ହୋଇ ଗଲେ ମୃତ ମହିଳା

ପୁରୀ  : ମରିଗଲା ମାନବିକତା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ସଂସ୍କାର ପାଇଁ ମିଳିଲାନି ସହଯୋଗ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରରେ । ମୃତକ ହେଉଛନ୍ତି ନରେନ୍ଦ୍ର କୋଣ ମଙ୍ଗଳା ସାହିର ମାମୁଲି ନାୟକ । ପୁରୀ ବଡ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହେଲା ।

ବୁଢା ବାପା ଅନାଦି ଚରଣ ନାୟକ ଅନେକ ଲୋକଙ୍କୁ ସାହାଯ୍ୟ ଭିକ୍ଷା କଲା ପରେ ମଧ୍ୟ କେହି ଶୁଣିଲେଣି । ସାହି ଭାଇ , ପଡିଶା ସମସ୍ତର ମୁହଁ ଫେରେଇନେଲେ । ଶେଷରେ ସାହାଯ୍ୟ କଲେ ଜଣେ ଟ୍ରଲି ଚାଳକ । ତାଙ୍କ ସହାୟତାରେ ନିଜ ଝିଅ କୁ ସ୍ୱର୍ଗଦ୍ୱାରେ ଦାହ କଲେ । ଏହି ଘଟଣା ପରେ ମାନବିକତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସରକାରୀ ଯୋଜନା ବି କିଭଳି ଅପହଞ୍ଚ ଚ ସେ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply

Your email address will not be published.