Latest Odisha News

BREAKING NEWS

[ଭିଡ଼ିଓ] ସହଯୋଗ ଅପେକ୍ଷାରେ ଅସହାୟ ବାସନ୍ତୀ

ସୋଗର : ସହଯୋଗ ଅପେକ୍ଷାରେ ଅସହାୟ ବୃଦ୍ଧ ମହିଳା । ଅଣ୍ଟା ଭାଙ୍ଗି ପଡ଼ିବା ଯୋଗୁ ଶଯ୍ୟାଶାୟୀ ହୋଇପଡିଛନ୍ତି । ଅଭାବ ଅନଟନ ଭିତରେ ଜୀବନ ଜୀଉଁଥିବା ବେଳେ କିଛି ସାହାଯ୍ୟ ସହଯୋଗ ଅପେକ୍ଷାରେ ରହିଛନ୍ତି ।

ଅସହାୟ ହୋଇ ପଡ଼ିଛି ବୃଦ୍ଧା ମା’। ଅଭାବ ଅନଟନ ଭିତରେ ପରିବାର ଚଳୁଥିବା ବେଳେ ଏବେ ଅକ୍ଷମ ହୋଇପଡ଼ିଛନ୍ତି ଏହି ବୃଦ୍ଧ ମହିଳା । ଢେଙ୍କାନାଳ କାମାକ୍ଷାନଗର ସୋଗର ଗାଁର ଅସହାୟ ବୃଦ୍ଧା ବାସନ୍ତୀ ଦେହୁରୀ । ଇଲେକ୍ଟ୍ରି ଖୁଣ୍ଟି ପଡ଼ି ଗୋଡ ଅଣ୍ଟା ଭାଙ୍ଗି ପଡ଼ିଥିବା ବେଳେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି ବୃଦ୍ଧା ଜଣକ। ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ମା’ର ସେବାରେ ବ୍ୟସ୍ତ ରହୁଛି । ଯାହା ଫଲରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି ।

ସେପଟେ ଅନଟନ ଯୋଗୁୂ ଚିକିତ୍ସା ବି ହୋଇପାରୁନି । ବିଭିନ୍ନ ସ୍ଥାନରେ କିଛି ସହଯୋଗ ଆଶା କରି ନିରାଶ ହୋଇପଡ଼ିଥିବା ବେଳେ କିଛି ସହାୟତା ଅପେକ୍ଷାରେ ରହିଛନ୍ତି ପରିବାର ।

Leave A Reply

Your email address will not be published.