ନୂଆଦିଲ୍ଲୀ: ବଲିଉଡର ଡ଼୍ରିମ୍ଗାର୍ଲ ତଥା ସାଂସଦ ହେମା ମାଳିନୀ ବିଳାସପୂର୍ଣ୍ଣ କାର ଛାଡ଼ି ମୁମ୍ବାଇର ମେଟ୍ରୋ ଟ୍ରେନ୍ରେ ଯାତ୍ରା କରିଛନ୍ତି । କେବଳ ସେତିକି ନୁହେଁ ସେ ଅଟୋରେ ମଧ୍ୟ ଯାତ୍ରା କରୁଥିବାର ନଜର ଆସିଛନ୍ତି । ପରେ ସୋସିଆଲ ମିଡ଼ିଆରେ ନିଜେ ଏହି ଅନୁଭୂତିକୁ ସେୟାର କରିଛନ୍ତି ।
ହେମାମାଳିନୀ କହିଛନ୍ତି ଯେ, ମୋର ଏକ ଜରୁରୀ କାମରେ ମୋତେ ଡ଼ାହିସର ଯିବାର ଥିଲା । କାରରେ ଯିବାକୁ ହେଲେ ୨ ଘଣ୍ଟାରୁ ଅଧିକ ସମୟ ଲାଗିବ । ଏତେ ସମୟ କାରରେ ବସିକି ଗଲେ ଟ୍ରାଏଡ଼୍ ଲାଗିବ । ସେଥିଲାଗି ମୁଁ ନିଷ୍ପତ୍ତି ନେଲି ମେଟ୍ରୋ ଟ୍ରେନ୍ରେ ଯାତ୍ରା କରିବି । ସେହି ଅନୁସାରେ ସାଧାରଣ ଲୋକଙ୍କ ପରି ଟିକେଟ୍ କାଟି ଯାତ୍ରୀଙ୍କ ପାଖରେ ବସିକି ଯାତ୍ରା କଲି । କିଛି ଯାତ୍ରୀ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ମୋ ପାଖକୁ ଆସି କଥାବାର୍ତ୍ତା କରିବା ସହ ସେଲ୍ଫି ବି ନେଲେ । ଏହି ଯାତ୍ରା ମୋତେ ବହୁତ ଖୁସି ଦେଇଥିଲା । ପରେ ମୁଁ ଡିଏନ୍ ନଗରରୁ ଜୁହୁକୁ ଅଟୋରେ ଗଲି । ମୁଁ ମୋ ଘର ଆଗରେ ଯେତେବେଳେ ଅଟୋରୁ ଓହ୍ଲାଇଲି ମୋର ସିକ୍ୟୁରିଟି ଗାର୍ଡ଼ ବି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।
Comments are closed.