Latest Odisha News

BREAKING NEWS

ହେମନ୍ତ ସୋରେନଙ୍କୁ ମିଳିଲାନି ଆଶ୍ବସ୍ତି, ଆହୁରି ୧୪ ଦିନ ବଢିଲା ନ୍ୟାୟିକ ହେପାଜତ

ରାଞ୍ଚି: ଆଜି ବି ନିରାଶ ହେଲେ ହେମନ୍ତ ସୋରେନ । ରାଞ୍ଚିରେ ଥିବା ପିଏମଏଲଏ ସ୍ବତନ୍ତ୍ର କୋର୍ଟ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍ ରେ ଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନ୍ୟାୟିକ ହେପାଜତକୁ ଆହୁରି ୧୪ ଦିନ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ହେମନ୍ତ ସୋରେନ ଜୁନ୍ ୧୩ ପର୍ଯ୍ୟନ୍ତ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲ୍ ରେ ରହିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋରେନ ଆଜି କୋର୍ଟରେ ହାଜର ହୋଇଥିଲେ ଏବଂ ଏହା ପରେ ତାଙ୍କ ନ୍ୟାୟିକ ହେପାଜତର ଅବଧି ବଢାଇ ଦିଆଯାଇଛି ।

ଅନ୍ୟପଟେ, ଏହି ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ରାଜସ୍ୱ ଉପନିରୀକ୍ଷକ ଭାନୁ ପ୍ରତାପ ଏବଂ ନକଲି ଦଲିଲ ପ୍ରସ୍ତୁତ କରିବା ପଛରେ ମାଷ୍ଟରମାଇଣ୍ଡ ମୋହମ୍ମଦ ସଦ୍ଦାମ ମଧ୍ୟ ଆଜି ଅନଲାଇନ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ମଧ୍ୟ ସେମାନଙ୍କ ହେପାଜତକୁ ମଧ୍ୟ ୧୪ ଦିନ ଯାଏଁ ବୃଦ୍ଧି କରିଛନ୍ତି ।

ତେବେ ଜମି ଦୁର୍ନୀତି ମାମଲର ଅର୍ଥ ହେରଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନ୍ ଙ୍କୁ ଗତ ଜାନୁଆରୀ ୩୧ ତାରିଖରେ ଗିରଫ କରିଥିଲା । ଏହା ପରଠାରେ ସେ ଜେଲ୍ ରେ ଅଛନ୍ତି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୧ ଜଣ ଗିରଫ ହୋଇସାରିଛନ୍ତି ।

 

Comments are closed.