Latest Odisha News

BREAKING NEWS

ହେମନ୍ତ ସୋରେନ୍‌ଙ୍କୁ ଝଟ୍‌କା, ମଳିଲାନି ଅନ୍ତରୀଣ ଜାମିନ୍

ନୂଆଦିଲ୍ଲୀ: ପୁଣି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା । ବୁଧବାର ତାଙ୍କର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ଆମେ ଆପଣଙ୍କ ଆବେଦନକୁ ଅନୁମୋଦନ କରିବୁ ନାହିଁ । କୋର୍ଟ ଏହି ଆବେଦନ ପ୍ରତ୍ୟାହାର କରିବାକୁ ସୋରେନଙ୍କ ଓକିଲ କପିଲ ସିବଲଙ୍କୁ କହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ସିବଲ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ସିବଲଙ୍କୁ କହିଥିଲେ ଯେ, ଆମେ ଆପଣଙ୍କ ଉପରେ ସନ୍ତୁଷ୍ଟ ନୁହଁ । ଆପଣଙ୍କ ପିଟିସନରେ ଏହା ସ୍ପଷ୍ଟ ହୋଇନାହିଁ ଯେ ନିମ୍ନ ଅଦାଲତ ଏହି ମାମଲାକୁ ଗ୍ରହଣ କରିଛନ୍ତି । କୋର୍ଟ କହିଛନ୍ତି ଯେ ଆପଣ ଏକ ସମୟରେ କୋର୍ଟରେ ଦୁଇଟି ଦାବି ରଖିଛନ୍ତି । ଗୋଟିଏ ଅନ୍ତରୀଣ ଜାମିନ ଏବଂ ଅନ୍ୟଟି ଗିରଫଦାରୀକୁ ଚ୍ୟାଲେଞ୍ଜ କରିବା ନେଇ । ମାମଲାର ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଯୁକ୍ତି ଦର୍ଶାଇଥିଲେ ଯେ ଯଦି ହେମନ୍ତ ସୋରେନଙ୍କୁ ନିର୍ବାଚନ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଦିଆଯାଏ, ତେବେ ଜେଲର ଅନ୍ୟ ସମସ୍ତ ନେତା ଜାମିନ ଦାବି କରିବେ ।

ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ସୋରେନଙ୍କୁ ରାଞ୍ଚି ଜେଲରେ ରଖାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଭଳି ତାଙ୍କୁ ଜାମିନ୍‌ ଦେବାକୁ ସେ କୋର୍ଟରେ ଆବେଦନ କରିଥିଲେ । ହେଲେ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି ।

Comments are closed.