ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ତଥା ବିଜେପି ନେତ୍ରୀ ସୀତା ସୋରେନଙ୍କ ଉପରେ ଆକ୍ରମଣ। ସୀତା ସୋରେନ ତାଙ୍କ ପରିବାର ସହ ଏକ ବିବାହ ସମାରୋହକୁ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ସରୟାଢେଲା ସ୍ଥିତ ଏକ ହୋଟେଲରେ ସୀତାଙ୍କ ପିଏ ଦେବାଶିଷ ମନୋରଞ୍ଜନ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ସୁରକ୍ଷାକର୍ମୀ ପହଞ୍ଚି ସୀତାଙ୍କୁ ଉଦ୍ଧାର କରିବା ସହ ଦେବାଶିଷଙ୍କୁ ଗରଫ କରିଛି।
ସୂଚନା ଅନୁସାରେ, ବିବାହ ସମାରୋହରେ ଯୋଗଦେବା ପରେ ବିଜେପି ନେତ୍ରୀ ସୀତା ସୋରେନ ତାଙ୍କ ପରିବାର ସହିତ ସାରଦେଲାସ୍ଥିତ ଏକ ହୋଟେଲରେ ରହୁଥିଲେ। ସେଠାରେ ସେ ବିଧାନସଭା ନିର୍ବାଚନରେ ହୋଇଥିବା ଖର୍ଚ୍ଚ ବିଷୟରେ ଆଲୋଚନା କରୁଥିଲେ, ଏନେଇ ତାଙ୍କ PA ଦେବଶିଷ ମନୋରଂଜନ ଘୋଷଙ୍କ ସହ ବିବାଦ ହୋଇଥିଲା। ବିବାଦ ବଢ଼ିବା ପରେ ଦେବାଶିଷ ରାଗି ଯାଇ ସୀତା ସୋରେନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ହୋଟେଲ ବାହାରେ ଥିବା ସୁରକ୍ଷା କର୍ମୀ ଖବର ପାଇ ତୁରନ୍ତ ଦେବାଶିଷଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ।
ଆକ୍ରମଣ ପରେ ସୀତା ସୋରେନ କହିଛନ୍ତି, ଏହି ଘଟଣାକୁ ନେଇ ମୁଁ ଦୁଃଖିତ। ସେ ଅଭିଯୋଗ କରିଛନ୍ତି ଯେ ବିଧାନସଭା ନିର୍ବାଚନ ପାଖରୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। ଦେବାଶିଷ ମନରୋଞ୍ଜନଙ୍କ ମାଧ୍ୟମରେ ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରାଯାଉଥିଲା ବୋଲି ସେ କହିଛନ୍ତି। ଏହି ଘଟଣା ଘଟିବା ପରେ ଝାଡ଼ଖଣ୍ଡ ରାଜନୀତିରେ ହଟଚମଟ ଦେଖାଯାଇଛି। ପୋଲିସ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେବାଶିଷଙ୍କୁ ଗିରଫ କରିଛି। କୋର୍ଟରେ ହାଜର କରାଇବା ପରେ 14 ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ଏହି ଘଟଣାରେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।
Comments are closed.