Latest Odisha News

ଫାଇନାଲ ପୂର୍ବରୁ ଏହି ମହାନ ସ୍ପିନର କହିଲେ..ମୋତେ ନ୍ୟୁଜିଲାଣ୍ଡ ଭୟ ଘାରିଛି

ଦୁବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ । ଦୁଇ ଶକ୍ତିଶାଳୀ ଟିମ ମଧ୍ୟରେ ଏକ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ୨୫ ବର୍ଷ ପରେ ଭାରତ ଚାମ୍ପିୟନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେବାକୁ ଓହ୍ଲାଇବ । ତେବେ ଭାରତର ପୂର୍ବତନ ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ବୟାନ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ସେ କହିଛନ୍ତି ଭାରତ ଜିତିବ ବୋଲି ମୁଁ ଆଶା ବାନ୍ଧିଥିଲେ ମଧ୍ୟ ଏବେ ବି ନ୍ୟୁଜିଲାଣ୍ଡ ଭୟ ଘାରିଛି । ୨୦୧୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା । ଭାରତ ଏବେ କ୍ରମାଗତ ୩ଟି ଆଇସିସି ଟ୍ରଫିର ଫାଇନାଲରେ ପ୍ରବେଶ କରି ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛି । ୨୦୨୩ ଦିନିକିଆ ବିଶ୍ୱକପ, ୨୦୨୪ ଟି୨୦ ବିଶ୍ୱକପ ପରେ ଏବେ ଚାମ୍ପିୟନ୍ସ ଟ୍ରଫି ଫାଇନାଲକୁ ଉନ୍ନୀତ ହୋଇଛି ।

ଦିନିକିଆ ବିଶ୍ୱକପରେ ପରାଜିତ ହୋଇଥିବା ବେଳେ ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଟାଇଟଲ ହାସଲ କରିଥିଲା । ଭାରତ ଗୋଟିଏ ସ୍ଥାନରେ ତାର ସମସ୍ତ ମ୍ୟାଚ ଖେଳୁଥିବାରୁ ଫାଇଦାରେ ରହିଥିବା ଅନ୍ୟ ଦେଶର କେତେକ ଖେଳାଳି ଅଭିଯୋଗ ଆଣିଛନ୍ତି । ଏହାକୁ ଅଶ୍ୱୀନ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଏହି ପ୍ରଶ୍ନର ଉତରରେ କେବଳ ହସିବା ବ୍ୟତୀତ ଆଉ କିଛି କହି ହେବ ନାହିଁ । ଦକ୍ଷିଣ ଆଫ୍ରିକାକୁ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଯେଉଁ ଭଳି ଢ଼ଙ୍ଗରେ ପରାସ୍ତ କଲା ତାହା ମୋ ମନରେ ଭୟ ସୃଷ୍ଟି କରିଛି । ଅବଶ୍ୟ ଆମେ ତାଙ୍କୁ ଗ୍ରୁପ ପର୍ଯ୍ୟାୟରେ ପରାଜିତ କରିଛୁ..ତଥାପି ମନରେ ଭୟ ରହୁଛି ବୋଲି ଏହି ମହାନ ସ୍ପିନରଜଣଙ୍କ କହିଛନ୍ତି ।

Comments are closed.