Latest Odisha News

BREAKING NEWS

ହେନରୀ ନିକୋଲ୍ସଙ୍କ ନାମରେ ବଲ ଟ୍ୟାମ୍ପରିଂ ଅଭିଯୋଗ

ଅକଲାଣ୍ଡ: ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ପ୍ରଭାବୀ ପ୍ରଦର୍ଶନ କରି ଏକ ପ୍ରକାର ସେମିଫାଇନାଲରେ ପ୍ରବେଶ କରିଛି । ଇତି ମଧ୍ୟରେ କିୱି ଟିମ ପାଇଁ ଏକ ଖରାପ ଖବର ଆସିଛି । ଅଭିଜ୍ଞ ବ୍ୟାଟ୍ସମ୍ୟାନ ହେନରୀ ନିକୋଲ୍ସଙ୍କ ବିପକ୍ଷରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଛି । ସେ ବିଶ୍ୱକପ ଦଳର ସଦସ୍ୟ ନ ଥିଲେ ମଧ୍ୟ ଆଗାମୀ ବାଂଲାଦେଶ ଗସ୍ତ ପାଇଁ ଦଳରେ ସାମିଲ ହୋଇଛନ୍ତି । ନ୍ୟୁଜିଲାଣ୍ଡର ଘରୋଇ ଟୁର୍ଣ୍ଣାମେଂଟ ପ୍ଲକେଂଟ ଶୀଲ୍ଡ ମ୍ୟାଚ ଅବସରରେ ବଲକୁ ଟ୍ୟାମ୍ପରିଂ କରିଥିଲେ । ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତାହାହେଲେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ଅତି କମରେ ସେ ୬ଟି ଟେଷ୍ଟ କିମ୍ବା ୧୨ଟି ଦିନିକିଆ ମ୍ୟାଚରୁ ବାସନ୍ଦ ହୋଇପାରନ୍ତି ।

କ୍ୟାଂଟରବେରୀ ଓ ଅକଲାଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ହେନରୀ ହେଲମେଟ ମାଧ୍ୟମରେ ବଲକୁ ଟ୍ୟାମ୍ପରିଂ କରୁଥିଲେ । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ହେନରୀ ନ୍ୟୁଜିଲାଣ୍ଡ ପକ୍ଷରୁ ଦିନିକିଆରେ ୧୯୬୦, ଟେଷ୍ଟରେ ୨୯୪୮ ଓ ଟି୨୦ରେ ୧୦୦ ରନ ସଂଗ୍ରହ କରିଛନ୍ତି । ସେ ୧୧୫ ପ୍ରଥମଶ୍ରେଣୀ ମ୍ୟାଚରେ ୬୯୫୯ ରନ କରିଛନ୍ତି ।

Leave A Reply

Your email address will not be published.