Latest Odisha News

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ

ପୁରୀ: ମାଉସୀ ଘରେ ତିନି ଠାକୁର । ଘୋଷଯାତ୍ରାରେ ରଥାରୂଢ ହୋଇ ଆଡପ ମଣ୍ଡପ ବିଜେ ପରିଛନ୍ତି ମହାପ୍ରଭୁ । ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିନଥିବାରୁ ଶ୍ରୀମନ୍ଦିରରେ ରୁଷିଛନ୍ତି ମା ଲକ୍ଷ୍ମୀ । ଗୁଣ୍ଡିଚାରୁ ଫେରି ସିଂହଦ୍ବାରରେ ରୋସଗୋଲା ଖୁଆାଇ ମା’ଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ ଜଗନ୍ନାଥ ।

ଏଥିପାଇଁ ଆଜି ଶ୍ରୀକ୍ଷେତ୍ର ପୁରୀରେ ହେବ ହେରା ପଞ୍ଚମୀ ନୀତି । ନବଦିନାତ୍ମକ ଘୋଷଯାତ୍ରାରେ ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ଆଜି ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ଯିବେ ଗୁଣ୍ଡିଚା ମନ୍ଦିର । ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଫେରାଇ ଆଣିବା ପାଇଁ ଗୁଣ୍ଡିଚା ମନ୍ଦିରରେ ବିଜେ କରିବେ ଅଭିମାନିନୀ ମା ଲକ୍ଷ୍ମୀ । ହେଲେ ମାଉସୀ ମାଙ୍କ ଘରେ ୯ ଦିନ ରହି ପୋଡ ପିଠା ଖାଇବା ପରେ ଶ୍ରୀମନ୍ଦିର ଫେରିବେ ବୋଲି କହିବେ ପ୍ରଭୁ କାଳିଆ ଠାକୁର । ଯେଉଥିରେ ରାଗିଯାଇ ଫେରିଲା ବେଳକୁ ମହାପ୍ରଭୁଙ୍କ ରଥ ଭାଙ୍ଗିଦେଇଯିବେ ମା ଲଷ୍ମୀ । ଯାହାକୁ ହେରା ପଞ୍ଚମୀ ନୀତି କୁହାଯାଏ ।

ଏହା ପରେ ୯ ଦିନ ରହଣି ପରେ ବାହୁଡା ଯାତ୍ରା କରି ଶ୍ରୀମନ୍ଦି ଫେରିବେ ତିନି ଠାକୁର । ହେଲେ ଅଭିମାନିନୀ ମା ଲକ୍ଷ୍ମୀ ଠାକୁରାଣୀ ସିଂହଦ୍ବାର ଖୋଲିବେ ନାହିଁ  । ଏହା ପରେ ମହାପ୍ରଭୁ ତାଙ୍କୁ ରୋସଗୋଲା ଖୁଆଇ ମା ଲକ୍ଷ୍ମୀଙ୍କର ମାନଭଞ୍ଜନ କରିବେ । ଏହା ପରେ ଦ୍ବାର ଫିଟାଇ ଠାକୁରମାନଙ୍କ ସହିତ ମା ଲକ୍ଷ୍ମୀ ଶ୍ରୀମନ୍ଦିର ଭିତକୁ ପ୍ରବେଶ କରିବେ ।

Comments are closed.