Latest Odisha News

ପରେଶ ରାୱଲଙ୍କ ବିନା ‘ହେରା ଫେରି ୩’ ସମ୍ଭବ ନୁହେଁ: ସୁନୀଲ ସେଟ୍ଟୀ

ମୁମ୍ବାଇ: ପରେଶ ରାୱଲ ‘ହେରା ଫେରି ୩’ରୁ ବାହାର ଯାଇଛନ୍ତି। ସେ ନିଜେ ଏନେଇ କରିଥିଲେ। ଏବେ ଫିଲ୍ମରେ ଶ୍ୟାମ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ସେଟ୍ଟୀ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପରେଶ ରାୱଲଙ୍କ ଏହି ପଦକ୍ଷେପ ଏକ ଝଟକା ଭଳି।

“ଏହା ମୋ ପାଇଁ ଏକ ବଡ଼ ଝଟକା ଏବଂ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି… ଯଦି ମୁଁ କେଉଁ ଗୋଟିଏ ଫିଲ୍ମ ପାଇଁ ଅପେକ୍ଷା କରିଥିଲି, ତାହା ହେରା ଫେରି… ଏହା ପରେଶ ରାୱଲ ବିନା ୧୦୦% ହୋଇପାରିବ ନାହିଁ। ଏହା ମୋ ଏବଂ ଅକ୍ଷୟ ବିନା ୯୯% ହୋଇପାରିବ…”

ନିକଟରେ ଅଭିନେତା ଅକ୍ଷୟ କୁମାର ପରେଶ ରାୱଲଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଅକ୍ଷୟ ତାଙ୍କ ୩୫ ବର୍ଷର କ୍ୟାରିଅରରେ ପ୍ରଥମ ଥର ପାଇଁ କାହା ବିରୁଦ୍ଧରେ ମାମଲା ଦାୟର କରିଛନ୍ତି। ପ୍ରକୃତରେ, ‘ହେରା ଫେରି 3’ର ସୁଟିଂ ଆରମ୍ଭ ହୋଇଯାଇଥିଲା, ପ୍ରଶଂସକମାନେ ବାବୁ ଭୟାଙ୍କ ଫେରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। କିନ୍ତୁ ନିକଟରେ ପରେଶ ରାୱଲ ଏହି କଲ୍ଟ କମେଡିକୁ ଅଧା ବାଟରେ ଛାଡି ଦେଇଥିବା ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ତଥାପି ସେ କାହିଁକି ଫିଲ୍ମ ଛାଡିଲେ ତାହା ସ୍ପଷ୍ଟ୍ କରିନାହାନ୍ତି। ପରେଶ ରାୱଲ କହିଥିଲେ, ‘ମୁଁ ଏହା ରେକର୍ଡରେ ରଖିବାକୁ ଚାହୁଁଛି ଯେ ହେରା ଫେରି ୩ରୁ ବାହାରିବାର ମୋର ନିଷ୍ପତ୍ତି କ୍ରିଏଟିଭ ଡିଫରେନ୍ସ ଯୋଗୁଁ ନଥିଲା।’ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ପ୍ରତି ମୋର ବହୁତ ପ୍ରେମ, ସମ୍ମାନ ଏବଂ ବିଶ୍ୱାସ ଅଛି। ଏପରି ସ୍ଥିତିରେ ଫିଲ୍ମର ପ୍ରଯୋଜକ ଅର୍ଥାତ୍ ଅଭିନେତା ଅକ୍ଷୟ କୁମାର ପରେଶ ରାୱଲଙ୍କଠାରୁ ୨୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।

Comments are closed.