Latest Odisha News

BREAKING NEWS

ପୁଣି ଏକାଠି ସ୍କ୍ରିନ ସେୟାର କରିବେ ଅକ୍ଷୟ-ପରେଶ-ସୁନୀଲ

ମୁମ୍ବାଇ: ‘ହେରାଫେରି’ ଫିଲ୍ମରେ ଅଭିନୟ କରିଥିବା ଅକ୍ଷୟ କୁମାର, ପରେଶ ରାୱଲ୍ ଓ ସୁନୀଲ ସେଟ୍ଟୀଙ୍କୁ ଦର୍ଶକ ଏବେ ବି ଭୁଲି ନାହାନ୍ତି । କାରଣ ସେ ଫିଲ୍ମରେ ତିନି ଜଣଙ୍କ ଜବରଦସ୍ତ ଅଭିନୟର ଛାପ ରହିଛି । ଖୁସିର କଥା ସିନେପ୍ରେମୀ ପୁଣି ଥରେ ଏହି ତିନି ଅଭିନେତାଙ୍କୁ ଏକାଠି ଦେଖିବାକୁ ପାଇବେ ଆଉ ୨ଟି ସିଲ୍‌ଭର ସ୍କ୍ରିନ୍‌ରେ । ପ୍ରଯୋଜକ ଫିରୋଜ୍ ଖାଁଙ୍କ ଫିଲ୍ମରେ ନଜରରେ ଆସିବାକୁ ଯାଉଛନ୍ତି ଏହି ତିନି ଅଭିନେତା । ଫିଲ୍ମ ଦୁଇଟି ହେଲା ‘ଆୱାରା ପଗଲା ଦିୱାନା’ ଓ ‘ୱେଲ୍‌କମ୍‌’ର ସିକ୍ୟୁଏଲ ଭର୍ସନ ।

ଅକ୍ଷୟ କୁମାର, ପରେଶ ରାୱଲ୍ ଓ ସୁନୀଲଙ୍କ ଯୋଡ଼ିକୁ ପୂର୍ବରୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ‘ହେରାଫେରି-୩’ ଜରିଆରେ ଏହି ତିନିହେଁଙ୍କୁ ଏକତ୍ର ପୁଣି ଦେଖିବାକୁ ମିଳିବ ବୋଲି ଦର୍ଶକ ଆଶା ରଖିôଥିଲେ । କିନ୍ତୁ ଅକ୍ଷୟ କୁମାର ଏଥିରେ କାମ କରିବେ ନାହିଁ ବୋଲି କହିଥିବା ଚର୍ଚ୍ଚା ହୋଇଥିଲା । ଏହି ଖବର ମିଳିବା ପରେ ପ୍ରଶଂସକମାନେ ‘ଅକ୍ଷୟ ନାହାନ୍ତି ତ ହେରାଫେରି ନାହିଁ’ ବୋଲି ଟ୍ରୋଲ କରିବା ଆରମ୍ଭ କରିଥିଲେ । ଏହି କଥାଟି ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରିବାରେ ଲାଗିଥିଲା । ଅକ୍ଷୟ ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଏବେ ‘ହେରାଫେରି’ ଫ୍ରାଞ୍ଚାଇଜ୍‌ରୁ ଅଲଗା ହୋଇ ଯାଇଛନ୍ତି ।
‘ହେରାଫେରି’ ଫ୍ରାଞ୍ଚାଇଜ୍‌ର ପ୍ରଯୋଜକ ଫିରୋଜଙ୍କ ସହ ଅକ୍ଷୟଙ୍କର ପୁଣି ସାକ୍ଷାତ୍ ହେବା ପରେ ପୁଣି ତିନି ଜଣଙ୍କୁ ନେଇ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି ଫିରୋଜ୍ ଖାଁ ।

Comments are closed.