Latest Odisha News

BREAKING NEWS

ବାପାଙ୍କ ପାଇଁ ହାଇକୋର୍ଟ ଗଲେ, ଲିଭର ଦାନ କରି ଦେଶର ସର୍ବ କନିଷ୍ଠ ଅର୍ଗାନ ଡୋନର ହେଲେ

କେରଳ: କେରଳର ଜଣେ ୧୭ ବର୍ଷର ବାଳିକା ଦେବନନ୍ଦା ନାମ୍ନୀ ନିଜ ପିତାଙ୍କୁ ଯକୃତର ଦାନ କରି ଦେଶର ସର୍ବକନିଷ୍ଠା ଅଙ୍ଗଦାତା ହୋଇଛନ୍ତି। ଦେଶର ଆଇନ ନାବାଳିକାଙ୍କୁ ଅଙ୍ଗ ଦାନ କରିବାକୁ ଅନୁମତି ଦେଉ ନ ଥିବାରୁ ସେ କେରଳ ହାଇକୋର୍ଟରୁ ଅନୁମତି ମାଗିଥିଲେ। କୋର୍ଟରୁ ଅନୁମତି ପାଇବା ପରେ ୯ ତାରିଖ ଦିନ ଦେବାନନ୍ଦା ଅସୁସ୍ଥ ବାପା ପ୍ରତୀଶଙ୍କୁ ବଞ୍ଚାଇବା ଲାଗି ନିଜ ଯକୃତ୍‌ ଦାନ କରିଥିଲେ ।

୪୮ବର୍ଷର ପ୍ରତୀଶ ଥ୍ରୀସୁରର ଏକ କାଫେ ଚଳାନ୍ତି । ଦୀର୍ଘ ଦିନ ହେବ ସେ ଯକୃତ୍‌ ରୋଗରେ ଆକ୍ରାନ୍ତ ଥିଲେ। ତେଣୁ ପରିବାର ଲୋକେ ଉପଯୁକ୍ତ ଯକୃତଦାତା ନ ପାଇବାରୁ ନିଜ ଯକୃତ ଦେବା ପାଇଁ ଦେବନନ୍ଦା ଠିକ୍‌ କରିଥିଲେ। ଆଲୁବାସ୍ଥିତ ରାଜଗିରି ହସ୍ପିଟାଲ୍‌ରେ ଅସ୍ତ୍ରୋପଚାର କରାଯାଇଥିଲା। ଦେବନନ୍ଦାଙ୍କର ଏପରି ଉଦ୍ୟମକୁ ପ୍ରଶଂସା କରି ଡାକ୍ତରଖାନା ଅସ୍ତ୍ରୋପଚାର ବାବଦ ଖର୍ଚ୍ଚ ଛାଡ଼ କରିଦେଇଥିଲେ।ଡାକ୍ତରଖାନାରେ ଏକ ସପ୍ତାହ ରହିବା ପରେ ଦେବାନନ୍ଦଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ଏବଂ ସେ କହିଛନ୍ତି ଯେ ସେ ଗର୍ବିତ ଏବଂ ଖୁସି ।

Leave A Reply

Your email address will not be published.