Latest Odisha News

BREAKING NEWS

ଭାରତ ଓ ପାକିସ୍ତାନ ଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମ ଆକ୍ରମଣ ପରେ ଭାରତୀୟ ସେନାଙ୍କୁ ଆତଙ୍କବାଦୀଙ୍କ ବିପକ୍ଷରେ ସମ୍ପୂର୍ଣ ସ୍ଵାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତୀୟ ସେନା ନିଜେ ଲକ୍ଷ୍ୟ ଓ ସ୍ଥାନ ସ୍ଥିର କରି ଆକ୍ରମଣ କରି ପାରିବ ବୋଲି କୁହା ଯାଇଛି।ତେବେ ଏହା ପରେ ପାକିସ୍ତାନରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ତେବେ ଏହା ମଧ୍ୟରେ ଲୋକମାନେ ବାବା ଭେଙ୍ଗାଙ୍କୁ ମନେ ପକାଇଛନ୍ତି। ୨୦୨୫ ପାଇଁ ବାବା ଭେଙ୍ଗା କରିଥିବା ଭବିଷ୍ୟବାଣୀ ସତ ହେବ କି? ଅନେକ ଲୋକଙ୍କ ମନରେ ଏହାକୁ ନେଇ ପ୍ରଶ୍ନ ଦେଖାଦେଇଛି। ବାବା ଭେଙ୍ଗା ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ ଓ ୧୯୯୬ ମସିହାରେ ୮୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ବାବା ଭେଙ୍ଗା ୧୨ ବର୍ଷ ବୟସରେ ତାଙ୍କର ଦୃଷ୍ଟିଶକ୍ତି ହରାଇଥିଲେ।

ବାବା ଭେଙ୍ଗା ସୋଭିଏତ୍ ୟୁନିଅନର ବିଘଟନ ଏବଂ ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲକାଏଦା ଦ୍ୱାରା 9/11 ଆକ୍ରମଣ ସମେତ ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ସମ୍ପୂର୍ଣ୍ଣ ସତ୍ୟ ପ୍ରମାଣିତ ହୋଇଛି। ତେବେ ବାବା ଭେଙ୍ଗା ଭାରତ ଏବଂ ପାକିସ୍ତାନ ଯୁଦ୍ଧ କିମ୍ବା ପାକିସ୍ତାନର ବିଲୁପ୍ତି ବିଷୟରେ କୌଣସି ସ୍ପଷ୍ଟ ଭବିଷ୍ୟବାଣୀ କରିନାହାଁନ୍ତି। କିନ୍ତୁ ଏହା ମଧ୍ୟରେ ବାବା ଭେଙ୍ଗାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଯୁଦ୍ଧର ଭୟାବହ ପରିଣାମ ବିଷୟରେ ଉଲ୍ଲେଖ କରାଯାଇଛି। ତେବେ ଏହା ବାବା ଭେଙ୍ଗାଙ୍କ କୌଣସି ପ୍ରାମାଣିକ ବକ୍ତବ୍ୟ ଉପରେ ଆଧାରିତ ନ ହୋଇଥିଲେ ବି ଲୋକମାନେ ୨୦୨୫ ରେ ହେବାକୁ ଥିବା ଭାରତ ପାକିସ୍ତାନ ଯୁଦ୍ଧ ସହିତ ଏହି ଭବିଷ୍ୟବାଣୀକୁ ଯୋଡ଼ିଛନ୍ତି।

୨୦୨୫ରେ ୟୁରୋପରେ ଏକ ବଡ଼ ସଂଘର୍ଷ ହେବା ଯୋଗୁ ମାନବ ସଭ୍ୟତା ଶେଷ ଆଡ଼କୁ ଗତି କରିବ ବୋଲି ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ। ଯେଉଁ ଭବିଷ୍ୟବାଣୀକୁ ଲୋକ ମାନେ ପାକିସ୍ତାନର ଧ୍ଵଂସ ସହ ଯୋଡୁଛନ୍ତି।

Comments are closed.