Latest Odisha News

ସଡ଼କରେ ଥିବା ଧଳା ଓ ହଳଦିଆ ରେଖାର ସଙ୍କେତ ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସଂଯୋଗ କରିବାର ମୁଖ୍ୟ ଜରିଆ ହେଉଛି ସଡକ । ଆପଣ ସଡକରେ ଯାତ୍ରା କରୁଥିବା ସମୟରେ କଣ କେବେ ଧ୍ୟାନ ଦେଇଛନ୍ତି କି ସେଥିରେ ଥିବା ଧଳା ଓ ହଳଦିଆ ରଙ୍ଗର ରେଖା ଉପରେ । ଯଦି ଧ୍ୟାନ ଦେଇଥିବେ। ତେବେ ନିହାତି ଦେଖିଥିବେ ସଡକରେ କେତେକ ସ୍ଥାନରେ ଗୋଟିଏ ସିଧା ରେଖା ଥାଏ, କେତେକ ସ୍ଥାନରେ ଛାଡି ଛାଡିକି ଥାଏ ଓ କେତେକ ସ୍ଥାନରେ ୨ଟି ରେଖା ସମାନ୍ତର ଭାବେ ଥାଏ । କଣ ଆପଣ କେବେ ଏହା ପଛର ରହସ୍ୟ ଜାଣିବାକୁ ଚେଷ୍ଟା କରିଛନ୍ତି?

ଆଜି ଆମେ ଆପଣଙ୍କୁ ଜଣାଇବୁ ଏହା ସମ୍ପର୍କରେ

-ସଡକରେ ଥିବା ୨ଟି ସିଧା ହଳଦିଆ ରେଖାର ଅର୍ଥ ହେଉଛି ଆପଣ ନିଜର ପାର୍ଶ୍ଵରେ ଯାତ୍ରା କରନ୍ତୁ, ରେଖାକୁ ଅତିକ୍ରମ କରନ୍ତୁ ନାହିଁ ।

– ଯଦି ଆପଣ ଦେଖନ୍ତି କି ସଡକରେ ହଳଦିଆ ରେଖା ଛାଡି ଛାଡି ହେଇ ଅଛି ଏହାର ଅର୍ଥ ଆପଣ ହଳଦିଆ ରେଖା ଉପରେ ଯାତ୍ରା କରିପାରିବେ କିନ୍ତୁ ସାବଧାନତାର ସହ ।

-ସଡକ ଉପରେ ଥିବା ଧଳା ରଙ୍ଗର ରେଖାର ଅର୍ଥ ଆପଣ ନିଜର ପାର୍ଶ୍ଵରେ ଯାତ୍ରା କରନ୍ତୁ, ଅନ୍ୟ ପାର୍ଶ୍ଵକୁ ଯିବା ବାରଣ ଅଟେ ।

-ସଡକରେ ଛାଡି ଛାଡି ଥିବା ଧଳା ରେଖାର ଅର୍ଥ ଆପଣ ସାବଧାନତାର ସହ ନିଜର ପାର୍ଶ୍ଵ ପରିବର୍ତନ କରିପାରିବେ  କିନ୍ତୁ ଅନ୍ୟ ବାହନକୁ ସଙ୍କେତ ଦେଇ ।

–ଯଦି ଆପଣଙ୍କୁ ସିଧା ହଳଦିଆ ରେଖା ଦେଖାଯାଏ ତେବେ ଆପଣ ଅନ୍ୟ ବାହନକୁ ଅତିକ୍ରମ କରିପାରିବେ କିନ ନିଜର ପାର୍ଶ୍ଵ ପରିବର୍ତନ କରିପାରି ବେବାହିଁ ।

–କେବେ କେବେ ଆପଣ ଦେଖିଥିବେ କି ସଡକର ମଝିରେ ଗୋଟେ ସିଧା ହଳଦିଆ ରେଖା ଓ ଛାଡି ଛାଡି ଥିବା ହଳଦିଆ ରେଖା ଏକା ସାଙ୍ଗରେ ଥିବେ , ଏହାର ଅର୍ଥ ଯଦି ଆପଣ ଛାଡି ଛାଡି ଥିବା ରେଖା ପାର୍ଶ୍ଵରେ ଯାତ୍ରା କରୁଛନ୍ତି ତେବେ ଆପଣ ଅନ୍ୟ ବାହାନକୁ ଅତିକ୍ରମ କରିପାରିବେ ।

Comments are closed.